କାଇଁଶିର ପଂଚାୟତରେ ନୂତନ ସରପଞ୍ଚ ଭାବେ ନିର୍ବାଚିତ ହେଲେ ଅହଲ୍ୟା ସେଠ୍

ବରପାଲି, (ପୁସ୍ତମ ଯୁଆଡି) : ବରପାଲି ବ୍ଲକ ଜୋନ୍ ନଂ. ୨ର କାଇଁଶିର ଗ୍ରାମ ପଂଚାୟତରେ ନୂତନ ସରପଞ୍ଚ ଭାବେ ନିର୍ବାଚିତ ହେଲେ ଅହଲ୍ୟା ସେଠ୍ । ମୋଟ ୫ଜଣ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ସେ ଏହି ବିଜୟ ହାସଲ କରିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ରେଖାରାଣୀ ବେହେରାଙ୍କ ଠାରୁ ୯୫ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ୧୨ ଗୋଟି ୱାର୍ଡ ବିଶିଷ୍ଟ ଏହି ପଂଚାୟତରେ ମୋଟ ୩୪୩୬ ପୋଲିଂ ହୋଇଥିବା ବେଳେ ୧୭୪ଟି ଭୋଟ ନାକଚ ହୋଇଥିଲା । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ରେଖାରାଣୀ ବେହେରା ୯୭୭ ଖଣ୍ଡ ଭୋଟ ପାଇଥିବା ବେଳେ ଅହଲ୍ୟା ସେଠ୍ ୧୦୭୨ ଖଣ୍ଡ ଭୋଟ ପାଇ ବିଜୟିନୀ ମୁକୁଟ ପିନ୍ଧିଛନ୍ତି । କାଇଁଶିର ଗ୍ରାମ ପଞ୍ଚାୟତକୁ ଏକ ସମୃଦ୍ଧ, ବିକଶିତ ଓ ସ୍ମାର୍ଟ ପଂଚାୟତ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ରହିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପଂଚାୟତବାସୀଙ୍କର ଆସ୍ଥା ଓ ଭରସା ଯୋଗୁଁ ଶ୍ରୀମତୀ ସେଠ୍ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

14 − 6 =

error: Content is protected !!