om academy

ଜେଏସ୍‌ଏମ୍ କଲେଜ୍ +୨ ବାଣିଜ୍ୟର ଫଳାଫଳରେ ଶତପ୍ରତିଶତ ସଫଳତା ହାସଲ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଜେଏସ୍‌ଏମ୍ କଲେଜ ତାଙ୍କର ଅଧ୍ୟୟନ ଏବଂ କାର୍ଯ୍ୟକଳାପ ହେତୁ ବଲାଙ୍ଗିର ଜିଲ୍ଲାର ନମ୍ୱର ୧ ବାଣିଜ୍ୟ କଲେଜ ଭାବରେ ଛିଡା ହୋଇଆସିଛି । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ତମ ନମ୍ୱର ରଖି +୨ ବାଣିଜ୍ୟ ୨୦୨୪ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଲେଜର ମୋଟ ୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୭ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଅଧିକାର କରିଛନ୍ତି, ୬ ଜଣ ଛାତ୍ରଛାତ୍ରୀ ଦ୍ୱତୀୟ ଶ୍ରେଣୀ ଅଧିକାର କରିଛନ୍ତି ଓ ୩ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ଅଧିକାର କରିଛନ୍ତି । ନିଧି ଅଗ୍ରୱାଲ ୯୩% ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି । ସେ ଭବିଷ୍ୟତରେ ଏକ ଉତ୍ତମ ସିଏ ହେବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି । ଖୁସୁବୁ ଅଗ୍ରୱାଲ ୯୨% ମାର୍କ ରଖି କଲେଜର ଦ୍ୱତୀୟ ଟପ୍ପର ହୋଇଛନ୍ତି । ଶିକ୍ଷକ ଶିକ୍ଷୟତ୍ରୀଙ୍କର ଓ ପିଲାମାନଙ୍କର ପରିଶ୍ରମର ଉତ୍ତମ ପଳାଫଳ ଆସିଥିବାରୁ ପିଲାମାନଙ୍କର ପିତାମାତା ବହୁତ ଖୁସି ଅଛନ୍ତି । ଏହି ଅବସରରେ କଲେଜେର ଚେୟାରମ୍ୟାନ ସିଏ. ଶ୍ରୀକାନ୍ତ ଶର୍ମା ଏବଂ କଲେଜର ଅଧ୍ୟକ୍ଷ ପୀତବାସ ପଣ୍ଡା ଖୁସି ପ୍ରକାଶ କରି ପିଲାମାନଙ୍କର ଉତ୍ତମ ଭବିଷ୍ୟତ ନିମନ୍ତେ ଶୁଭକାମନା କରିଛନ୍ତି । ବିଗତ ୮ ବର୍ଷ ସଫଳତା ଦେଖି ଆଶା କରାଯାଏ ଆଗାମୀ ଦିନ ଗୁଡିକରେ ଏହି କଲେଜରୁ ଅନେକେ ରାଜ୍ୟ ମାନ୍ୟତା ଛାତ୍ରଛାତ୍ରୀ ବାହାରିବେ ଓ ବଲାଙ୍ଗିର ପାଇଁ ଗୌରବ ଆଣିବେ ।

Leave A Reply

Your email address will not be published.