oom

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସରସ୍ୱତୀ ଶିଶୁ ମନ୍ଦିରର ଶତ ପ୍ରତିଶତ ସଫଳତା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶ ପାଇଛି । ଏଥିରେ ଗଞ୍ଜାମ ସହରରେ ରହିଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାର୍ଥୀମାନେ ଶତ ପ୍ରତିଶତ ସଫଳତା ପାଇଛନ୍ତି । ସମସ୍ତ ୫୫ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଛାତ୍ରୀ ଇତିସ୍ମିତା ପାଢ଼ୀ ୯୨.୫୫ ପ୍ରତିଶତ ୫୫୫ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଛାତ୍ର ଆୟୁଷ ଆଚାର୍ଯ୍ୟ ୯୧ ପ୍ରତିଶତ ୫୪୬, ଛାତ୍ରୀ ଟି.ତାପସ୍ୱିନୀ ରେଡ୍ଡୀ ୯୧ ପ୍ରତିଶତ ୫୪୬, ଛାତ୍ରୀ ଆରଏଫ ଅଷ୍ମା ସିଂ ୯୦.୬୬ ପ୍ରତିଶତ ୫୪୪, ଛାତ୍ର ଦୀପକ ମହାନ୍ତି ୯୦.୫ ପ୍ରତିଶତ ୫୪୩, ଛାତ୍ରୀ ଏନ ରୋଜା ରେଡ୍ଡୀ ୯୦.୩୩ପ୍ରତିଶତ ୫୪୨, ଛାତ୍ର ଆଶୁତୋଷ ଜେନା୯୦.୨୬ ପ୍ରତିଶତ ୫୪୧ ନମ୍ବର ରଖି ବିଦ୍ୟାଳୟର ଗୌରବ ଆଣିଦେଇଛନ୍ତି ।

ଏ୧ରେ ୭, ଏ୨ରେ ୧୪, ବି୧ରେ୧୪, ବି୨ରେ ୨୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ସଫଳତା ଆଣି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି । ଯାହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ସହ ପରିଚାଳନା କମିଟି କର୍ମକର୍ତ୍ତା, ସଦସ୍ୟ, ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ, ଗୁରୁମା, ଅବିଭାବକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷତ କାମନା କରିଛନ୍ତି ।

jittmm
Leave A Reply

Your email address will not be published.