
ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱରର ରୟାଲ ଆବାକସ୍ ଇଣ୍ଟରନ୍ୟାସନାଲ କ୍ରାଉନ ଠାରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ରାଉରକେଲାର ଆମେଥିଷ୍ଟ ଆବାକସ୍ ଏକାଡେମୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ବିପୁଳ ସଫଳତା ହାସଲ କରି ରାଉରକେଲା ପାଇଁ ଗର୍ବ ଆଣିଛନ୍ତି । ଗଣିତ ଉପରେ ମସ୍ତିଷ୍କ ଖେଳ, ବୁଦ୍ଧିମତା ଓ ଆବାକସ୍ ସମ୍ପର୍କିତ ନାଟକ ଆଦି ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ରାଉରକେଲାର ଆମେଥିଷ୍ଟ ଆବାକସ୍ ଏକାଡେମୀ, ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସ୍ଥିତ ବ୍ଲେସଡ ଆବାକସ ଏକାଡେମୀ, ଭୁବନେଶ୍ଵରର ବ୍ରେନ୍ ମାଷ୍ଟର ଆବାକସ୍ ଏକାଡେମୀର ଓଡିଏମ୍ ଗ୍ଲୋବାଲ ସ୍କୁଲର ପ୍ରାୟ ୫ ଶହ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ରାଉରକେଲାର ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିଲେ । ଏଥିପାଇଁ ସେକ୍ଟର ୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ଠାରେ ଅନୁଷ୍ଠାନ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ପ୍ରଦାନ ସହ ପୁରସ୍କୃତ କରିଥିଲେ । ଆମେଥିଷ୍ଟ ଆବାକସ୍ ଏକାଡେମୀର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ସାହୁଙ୍କ ଉପସ୍ଥିତିର ଅର୍ଚ୍ଚନା ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚମ୍ପାବତୀ ଅମାତ, ପ୍ରଜ୍ଞା ପରମିତା ନନ୍ଦ, ଲଳିତା ମୁଦୁଲି, ସସ୍ମିତା ପ୍ରଧାନ, ଇନ୍ଦ୍ରାବଳୀ ମିସ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ଅର୍ଚ୍ଚନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।