
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବାଲେଶ୍ଵର ଫକୀରମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ସ୍ୱର୍ଗତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ଦାବୀରେ କଂଗ୍ରେସ ଓ ତାର ସହଯୋଗୀ ଦଳ ପକ୍ଷରୁ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଆଜି ୧୨ଘଣ୍ଟିଆ ସମ୍ପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଅଞ୍ଚଳରେ ପିସିସି ଉପସଭାପତି, କଣ୍ଟାବାଞ୍ଜିର ପୂର୍ବ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାଙ୍କ ତତ୍ୱାବଧାନରେ ହୋଇଥିବା ବନ୍ଦ ପାଳନକୁ ଅଞ୍ଚଳର ସମସ୍ତ ଜନସାଧାରଣ ସ୍ଵତଃପୂର୍ତ୍ତ ଭାବେ ସମର୍ଥନ କରି ଦୋକାନ ବଜାର ସବୁ ବନ୍ଦ କରିଥିଲେ । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ରାଳୟ, ବ୍ୟାଙ୍କ, ସ୍କୁଲ, କଲେଜ ବନ୍ଦ ରହିଥିବା ବେଳେ ଗାଡ଼ି ମୋଟର ଚଳାଚଳ ସମ୍ପୁର୍ଣ୍ଣ ଠପ୍ ହୋଇଥିବା ଦେଖିବାକୁ ମିଳିଥିଲା । ୧୨ଘଣ୍ଟିଆ ଏହି ବନ୍ଦ ପାଳନ ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିଲା । ଏହି ବନ୍ଦ ପାଳନରେ ବରିଷ୍ଠ କଂଗ୍ରେସ ନେତା ଯଦୁପତି ଅଗସ୍ତି, ବିଭିଷଣ ମହାନନ୍ଦ, ଗିରିଧାରୀ ସାହୁ, ପୂର୍ବତନ ସରପଞ୍ଚ ବିଦ୍ୟାଧର ହାତୀ, ଲଖନା ସମିତି ସଭ୍ୟ ଭୀମସେନ ବାଗ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଈଶ୍ୱର ଭୋଇ, ପୂର୍ବତନ ସମିତିସଭ୍ୟ ଜିତେନ୍ଦ୍ର ହାତୀ, ବିଜୟ କିଷାନ, ପୂର୍ଣ୍ଣଚନ୍ଦ୍ର ମାଝୀ, ବୁଲୁ କୁମ୍ଭାର, କମଳ ବୁଡେକ, ବୁଲୁ ବିଶି, ଯୁଧା ନାଗ, ଖଡଗଧର ମହାନନ୍ଦ, ଗୋପାଳ ପଟ୍ଟନାୟକ, ପାର୍ଥ ଭୋଇ, ନରେନ୍ଦ୍ର ବନଛୋର, ସାଗର ଛତ୍ରିଆ, ଅଶୋକ ନାଗ, ଦିଲ୍ଲୀପ ମାଝୀ, ଦୁର୍ବାସା ସାହୁ, ଗୁର୍ମେଲ ସିଂ ଭାଟିଆ, ବିଷ୍ଣୁ ସାହୁ, ରାଜେଶ ହେର୍ଣ୍ଣା, ବିଜୟ ପାତ୍ର, ମକୁନ୍ଦ ମାହାର, ତପି ନାଗ, ମତ୍ତ ପଧାନଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ମୁରିବାହାଲ ସଦରମହକୁମା ସମେତ ହଳଦୀ, ଗୁଡିଘାଟ ଅଞ୍ଚଳରେ ପିକେଟିଂ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁରିବାହାଲ ପୁଲିସ ପ୍ରଶାସନ ଉପସ୍ଥିତ ଥିଲେ ।