pr

ଯଶୋଦା ମହିଳା ମହାବିଦ୍ୟାଳୟରେ ବ୍ରହ୍ମପୁର ସାଂସଦ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଷ୍ଟେଟ ବ୍ୟାଙ୍କ ରୋଡ଼୍‌ ପାର୍ଶ୍ଵରେ ଥିବା ଯଶୋଦା ଡିଗ୍ରୀ କଲେଜରେ ଡିଜିଟାଲ ଲାଇବ୍ରେରୀ ଗୃହର ଶୁଭ ଉଦ୍‌ଘାଟନ ହୋଇଯାଇଛି । ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, କଲେଜ ପ୍ରତିଷ୍ଠାତା ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ବ୍ରହ୍ମପୁର କର୍ପୋରେଟର ଦୁର୍ଗା ପ୍ରସାଦ ପଣ୍ଡା, ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି, ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । କଲେଜ ପ୍ରିନ୍ସପାଲ ଲିପିକା ଦାସ କଲେଜର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିଷ୍ଠାର ସହ ଅଧ୍ୟୟନ କଲେ ସଫଳତା ନିଶ୍ଚିତ ମିଳିବ ବୋଲି ମୁଖ୍ୟ ଅତିଥି ସାଂସଦ ସାହୁ ମତବ୍ୟକ୍ତ କରିଥିଲେ । କଲେଜ ପ୍ରତିଷ୍ଠାତା ଶ୍ରୀ ପଣ୍ଡା ନିଜ ଛାତ୍ର ଜୀବନରୁ ଲୋକଙ୍କ ସେବା କରିଆସୁଥିବା ଆଲୋଚନା ହୋଇଥିଲା । ଆଧୁନିକ ଯୁଗରେ ଡିଜିଟାଲ ଲାଇବ୍ରେରୀର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା । କଲେଜ ପରିଚାଳନା ସମ୍ପାଦକ ମଙ୍ଗରାଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କଲେଜ ଅଧ୍ୟାପିକା ହିମଶିକ୍ଷା ସାହୁ, ଶୁଚିସ୍ମିତା ଜେନା, ନନ୍ଦିତା ପଲାଇ, ମନୀଷା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

nrusinghnath
Leave A Reply

Your email address will not be published.