ସାମୁହିକ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ନରସିଂହ ମନ୍ଦିର ଠାରେ ପ୍ରଭାକର ରଥ ସ୍ମୃତି ସମିତି ତରଫରୁ ଏଗାର ଜଣ ବ୍ରାହ୍ମଣ ବବୃଙ୍କର ବ୍ରତୋପନୟନ ସଂସ୍କାର ନିଃଶୁଳ୍କ ଭାବରେ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଦନ ମୋହନ ରଥ ଓ ସଞ୍ଜୁଲତା ମିଶ୍ର କର୍ତ୍ତା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । କମଳାପତି ମିଶ୍ର, ପଦ୍ମନାଭ ଦାଶ, ବୈଦ୍ୟନାଥ ମିଶ୍ର, ବିଶ୍ୱାମିତ୍ର ପଣ୍ଡା, କ୍ଷୀରୋଦ୍ର ପାଣିଗ୍ରାହୀ, ଫାଲୁଗୁନି ଦାଶ, ସୁଦାମ ଷଡଙ୍ଗୀ, ଗଜେନ୍ଦ୍ର ମିଶ୍ର ଓ ବିଷ୍ଣୁ ପ୍ରସାଦ ମହାପାତ୍ର ପଣ୍ଡିତମାନେ ପୁରୋହିତ କାର୍ଯ୍ୟ ସଂପାଦନ କରିଥିଲେ । ରଂଜିତ କୁମାର ଶତପଥି, ଅଜିତ କୁମାର ଶତପଥି, ସଂଜୟ ପଧାନୀ, ରଂଜିତ କୁମାର ଶତପଥି(୨), ରିଙ୍କୁ ମିଶ୍ର, ସୋମ୍ୟରଂଜନ ମିଶ୍ର, ସୂରଜ ପାଣିଗ୍ରାହୀ, ଦିବ୍ୟନାରାୟଣ ଦାଶ, ବଳରାମ ଦାଶ, ଦୋଳ ଗୋବିନ୍ଦ ପଣ୍ଡା, ଅବିନାଶ ପଣ୍ଡାଙ୍କର ବ୍ରତୋପନୟନ କାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ବ୍ରାହ୍ମଣ ମହାସଂଘର ଉପସଭାପତି ଜୟକୃଷ୍ଣ ଦାସଶର୍ମା ମୁଖ୍ୟ ଅତିଥି, ସତ୍ୟବନ୍ତ ବେଦବାକ ମୁଖ୍ୟବକ୍ତା ଭାବେ ଓ ନିଳମଣି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବ୍ରାହ୍ମଣ ପଣ୍ଡିତମାନଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଦ୍ୟାଶକ୍ତି ନାରୀ ସଂଗଠନ, ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସମାଜ ଓ ପୂଜ୍ୟପୂଜା ସେବା ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ । ଚୁଡେନ୍ଦ୍ର ବେହେରା, ଅରୁଣ ଖୁଆସ, ମଧୁ ସାହୁ, ଜୟରାମ ମିଶ୍ର, କେଶବ ମିଶ୍ର, ପ୍ରଶାନ୍ତ ଷଡଙ୍ଗୀ, କେଶବ ଚନ୍ଦ୍ର ମିଶ୍ର, କପିଳ ପତି, ସୁନାଧର ବନଛୋର, ଦୁର୍ଗା ସାହୁ, ଗିରିଜା ଶଙ୍କର ରଥ ଓ ହୃଷିକେଶ ପୁରୋହିତଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.