jayashree

କେରାଣ୍ଡିତୋଳାରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର – ମା’ ପାର୍ବତୀ ଦେବୀଙ୍କ ନିର୍ବନ୍ଧ ଓ ବିବାହ କଲ୍ୟାଣଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମରେ ଶତାଧିକ ବର୍ଷ କାଳରୁ ବିଜେଥିବା ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର, ମା’ ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ନିର୍ବନ୍ଧ ଓ ବିବାହ ଉତ୍ସବ ଗତ ୧୭ (ମଧ୍ୟାହ୍ନ) ଓ ୨୮ (ରାତ୍ରି ) ଦୁଇ ଦିନ ଧରି ମନ୍ଦିର ପରିସରରେ ବୈଦିକରୀତିରେ ସମ୍ପାଦିତ ହୋଇଯାଇଛି । ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା କନ୍ୟାପିତା ଓ ଧର୍ମପତ୍ନୀ କନକଲତା ମହାରଣା କନ୍ୟା ମାତା ରୂପେ ଏବଂ ବର ପିତା ରୂପେ ଉଦ୍ୟୋଗ ପତି ଶୁଭେନ୍ଦୁ କୁମାର ସାହୁ ଓ ଧର୍ମ ପତ୍ନୀ ରଶ୍ମିତା କୁମାରୀ ସାହୁ ଉକ୍ତ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିଥିଲେ । ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ପ୍ରଯୋଜନାରେ ଆୟୋଜିତ ଏହି ଉଭୟ କାର୍ଯ୍ୟକ୍ରମ ମନ୍ଦିରର ମୁଖ୍ୟ ଟ୍ରଷ୍ଟି ଅମରେଶ୍ୱର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶୃଙ୍ଖଳାର ପରିଚାଳିତ ହୋଇଥିଲା । କନ୍ୟା ପକ୍ଷରୁ ଅଶୋକ କୁମାର ମହାରଣା, ଆଲୋକ କୁମାର ମହାରଣା, ଲକ୍ଷ୍ମଣ ପାଣିଗ୍ରାହୀ, ନରହରି ପ୍ରଧାନ, ଗୋପାଳ ଚନ୍ଦ୍ର ମହାରଣା, ଅଭିମନ୍ୟୁ ସାହୁ, କାମରାଜୁ ମହାରଣା, ରବୀନ୍ଦ୍ର ପ୍ରଧାନ, ଅନିଲ କାନ୍ତ ମହାରଣା ପ୍ରମୁଖ ପରିଚାଳନା କରିଥିବା ବେଳେ ବର ପକ୍ଷରୁ ଶୈଳବାଳା ସାହୁ, ସୁଧାଂଶୁ ଶେଖର ସାହୁ, ସୁଧୀର କୁମାର ସାହୁ, ପ୍ରେମାନନ୍ଦ ସାହୁ, ମନୋସ୍ୱିନୀ ସାହୁ, ସୁରେନ୍ଦ୍ର ସାହୁ, ତପନ ରାଉଳ ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ । ପୁରୋହିତ ହରିହର ଶତପଥି ଓ ଆଲୋକ ଶତପଥୀ ବୈଦିକ ନୀତିରେ ଯାଗ ଯଜ୍ଞ ସମାହିତ କରିଥିବା ବେଳେ ଶିବ ପୂଜକ ରବି ରାଉଳ, ମାନସ ରାଉଳ, ସନ୍ୟାସୀ ରାଉଳ, ପ୍ରଶାନ୍ତ ରାଉଳ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ । ବିଗତ ବର୍ଷଠାରୁ ବରିଷ୍ଠ ନାଗରିକ ମଞ୍ଚର ପ୍ରସ୍ତାବ କ୍ରମେ ଏକ ନିଆରା ଶୈଳୀରେ ଶିବ -ପାର୍ବତୀ ଉତ୍ସବ ପରିଚାଳିତ ହୋଇଥିବାରୁ ଏହା ଜନାଦୃତ ହୋଇଛି । ଉଭୟ ଉତ୍ସବରେ ଗ୍ରାମରୁ ଓ ନିକଟସ୍ଥ ଗ୍ରାମରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ଏବଂ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.