csstore

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ: ମକର ସଂକ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ୟ୍ୟନ୍ତ କରାଯିବ ବ୍ୟାପକ ନିଧିର ସର୍ମପଣ ଏବଂ ସଂର୍ପକ ଅଭିଯାନ

ବଲାଙ୍ଗିର,(ଦେବାଶିଷ ମିଶ୍ର): ଦୀର୍ଘ ବର୍ଷର ସଂଘର୍ଷ ପରେ ଶ୍ରୀରାମ ଜନ୍ମଭୁମିରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି , ଯାହା ୨୦୨୪ ମସିହା ଶେଷ ଆଡକୁ ପୂର୍ଣ୍ଣ ହୋଇଯିବ । ଏଥି ପାଇଁ ମକର ସଂକ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ୟ୍ୟନ୍ତ ସଂପୂର୍ଣ୍ଣ ଦେଶକୁ ଯୋଡିବା ପାଇଁ ଏକ ବ୍ୟାପକ ନିଧିର ସର୍ମପଣ ଏବଂ ସଂର୍ପକ ଅଭିଯାନ ଚଳାଯିବା ନିଶ୍ଚିତ କରାଯାଇଥିବା ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ବିଶ୍ୱହିନ୍ଦୁ ପରିଷଦ ଓଡ଼ିଶା(ପଶ୍ଚିମ)ର ସଭାପତି ନିଳାଦ୍ରୀବିହାରୀ ଯୋଷୀ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ପୂଜ୍ୟ ସନ୍ଥ ମାନେ ୧୫ ଜାନୁଆରୀ ରୁ ୨୭ ଫେବୃଆରୀ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଦେଶ ସାରା ୫୨୩୩୯୫ ଗ୍ରାମ, ୧୩ କୋଟି ପରିବାର ଓ ୯୫ କୋଟି ହିନ୍ଦୁ ମାନଙ୍କର ମନ୍ଦିର ନିର୍ମାଣ ପାଇଁ ସହଯୋଗ ଲୋଡ଼ାଯିବ । ଏଥି ପାଇଁ ଦେଶ ମଧ୍ୟରେ ୧୦ ଲକ୍ଷ ଟୋଲିରେ ୪୦ ଲକ୍ଷ କାର୍ୟ୍ୟର୍କତା ଏହି ସଂର୍ପକ ଅଭିଯାନରେ ସକ୍ରିୟ ରୁପେ ଭାଗ ନେବେ । ଏହି ଅଭିଯାନ ବିଶ୍ୱ ଇତିହାସରେ ସବୁଠୁ ବଡ ଅଭିଯାନ ହେବ । ସେହିପରି ଆମ ରାଜ୍ୟ ଓଡ଼ିଶାରେ ମୋଟ୍ ୫୩୮୪୫ ଗ୍ରାମରୁ ୫୦ ଲକ୍ଷ ପରିବାରରେ ଥିବା ୩ କୋଟି ହିନ୍ଦୁ ମାନଙ୍କ ସହେଯାଗ ନିଆଯିବ । ବଲାଙ୍ଗିର ର ୧୭୬୪ ଗ୍ରାମ ର ସମସ୍ତ ପରିବାରଙ୍କୁ ସମ୍ପର୍କ କରାଜିବ । ସମାଜର ସମସ୍ତ ବର୍ଗର ଲୋକ ମାନଙ୍କୁ ସଂର୍ପକ କରି ଏହି ପବିତ୍ର ଅଭିଯାନରେ ଯୋଡିବା ସହ ଓଡ଼ିଶା ସନ୍ଥ ମାନଙ୍କ ଏକ ମାର୍ଗଦର୍ଶକ ମଣ୍ଡଳ ଗଠନ କରାଯିବ । ଏହି ମାର୍ଗଦର୍ଶକ ମଣ୍ଡଳ ମଧ୍ୟରେ ସମସ୍ତ ସଂପ୍ରଦାୟ, ମତ, ପନ୍ଥର ସନ୍ଥ ମାନଙ୍କୁ ସମ୍ମିଳିତ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ସ୍ୱାମୀ ଶ୍ରୀ ତେଜୋମୟନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମସ୍ତ ବର୍ଗ ପ୍ରମୁଖ ବ୍ୟକ୍ତିଙ୍କୁ ଏହି ସମିତିରେ ନିଆଯାଇଥିବା ଶ୍ରୀରାମ ମନ୍ଦିର ନିଧି ସମର୍ପଣ ସମିତି ତରଫରୁ କୁହାଯାଇଛି । ଆଜିର ଏହି ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦ ଓଡ଼ିଶା(ପଶ୍ଚିମ)ର ସଭାପତି ନିଳାଦ୍ରୀବିହାରୀ ଯୋଷୀ ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ର ଶ୍ରୀରାମ ମନ୍ଦିର ନିଧି ସମର୍ପଣ ସମିତି ଜିଲ୍ଲା ଅଭିଯାନ ପ୍ରମୁଖ ପବିତ୍ର କୁମାର ଦାଶ, ସହ ପ୍ରମୁଖ ଦତାନନ୍ଦ ପଣ୍ଡା, ନିଧି ପ୍ରମୁଖ ଜତିନ୍ଦ୍ର ମୋହନ ତ୍ରୀପାଠି ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.