mahavir

ଇଏସଆଇସି ମଡେଲ ହସ୍ପିଟାଲରେ ରୋଗୀ ହନ୍ତସନ୍ତକୁ ନେଇ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (କେପିଏନ୍‌ଏସ୍‌) : ଇଏସଆଇସି ମଡେଲ ହସ୍ପିଟାଲରେ ରୋଗୀସେବା ପାଇଁ ଉଦ୍ଦିଷ୍ଟ ଓ ଡାକ୍ତରଙ୍କ ଦ୍ୱାରା ଲିଖିତ ଔଷଧ ମଡେଲ ହସ୍ପିଟାଲ କତ୍ତୃପକ୍ଷ ନ ଦେବାରୁ ବିଫଳତା ଏବଂ ରୋଗୀ ହନ୍ତସନ୍ତ ବିରୁଦ୍ଧରେ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗାମ୍ବର ମହାନ୍ତିଙ୍କ ଆହ୍ୱାନ କ୍ରମେ ସାମ୍ବାଦିକ ସମ୍ମିଳନୀ ରାଉରକେଲା ମଜଦୁର ସଭା ବିଶ୍ରା ରୋଡ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଏନ ଏସ ପି ସି ଏଲ ଏମ୍ପଲୋୟୀଜ ଆସୋସିଏସନର ସଭାପତି ହରିକୃଷ୍ଣ ପାଢ଼ୀ, ବିଜୁ ଜନତା ଦଳର ବରିଷ୍ଠ ନେତା ଗଗନ ପଣ୍ଡା ଏବଂ ପଶ୍ଚିମ ଓଡିଶା ବିକାଶ ସେନା ସାଧାରଣ ସମ୍ପାଦକ ଚକ୍ରାନ୍ତ ଜେନା ଓ ପଶ୍ଚିମ ଓଡିଶା ଯବାନ ବିକାଶ ପରିଷଦ ଅଧ୍ୟକ୍ଷ ନିର୍ମଳ କୁମାର ଦାସ ଉପସ୍ଥିତ ଥିଲେ । ମୁଖ୍ୟ ବିଷୟ ବସ୍ତୁହେଲା ୨୦୦୩ ମସିହା ମେ ପହିଲା ବା ଶ୍ରମିକ ଦିବସ ଦିନ ଆମ ରାଉରକେଲା ସମେତ ସାରାଦେଶରେ ପଚାଶ ଶଯ୍ୟା ବିଶିଷ୍ଠ କର୍ମଚାରୀ ରାଜ୍ୟ ବୀମା ନିଗମ ମଡେଲ ହସ୍ପିଟାଲ ସ୍ଥାପନ କରାଯାଇ ଥିଲା । ରାଉରକେଲା ବ୍ୟତୀତ ଅନ୍ୟ ସମସ୍ତ ମଡେଲ ହସ୍ପିଟାଲ ଗୁଡିକ, ବର୍ତ୍ତମାନ ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ପରିଣତ ହୋଇସାରିଥିବା ବେଳେ ରାଉରକେଲା ମଡେଲ ହସ୍ପିଟାଲ ୨୩ବର୍ଷ ଭିତରେ ମାତ୍ର କୋଡିଏ ଶଯ୍ୟା ବଢ଼ି ସତୁରି ଶଯ୍ୟା ହସ୍ପିଟାଲରେ ସୀମିତ ରହିଛି, କାରଣ ଏଠିକାର ଅଧିକ୍ଷକ ମାନଙ୍କ ଅପାର ଗତା ହିଁ ଦାୟୀ, କାରଣ ଏଠିକାର ସିଷ୍ଟମ ମୁତାବକ ପ୍ରଥମେ ଗୋଟେଦିନ କାମବନ୍ଦ କାରି ଡିସ୍ପେନ୍ସରୀରୁ ରେଫର ଆଣି ତା’ ପରଦିନ ମଡେଲ ହସ୍ପିଟାଲରେ ପ୍ରଥମେ ରେଜିଷ୍ଟେସନ କାଉଣ୍ଟରରେ ଲାଇନରେ ଠିଆ ହୋଇ ପରେ ଡାକ୍ତରଙ୍କ ପାଖରେ ଲାଇନରେ ଠିଆ ହୋଇ ପରେ ପରେ ପାଥୋଲୋଜି ଯାଇ, ସେଠାରେ ମଧ୍ୟ ଲାଇନରେ ରହି ଟେଷ୍ଟ ପାଇଁ ସାମ୍ପୁଲ ଦେଇ, ତାର ପରେ ପରେ ଡାକ୍ତରଙ୍କ ଲିଖିତ ପ୍ରେସକ୍ରିପସନ ମୁତାବକ ମେଡ଼ିସିନ ଷ୍ଟୋରରେ ଲାଇନରେ ଡିଆ ହେବାପରେ, ସେଠାରେ ଲିଖିତ ମେଡ଼ିସିନ ସମସ୍ତ ମେଡ଼ିସିନ ନଥିବା ଷ୍ଟାମ୍ପ ମାରିଦେଇ କହିଥାନ୍ତି ଏଠାରେ ନାହିଁ । ଛୋଟ ମେଡିକାଲ ବା ଡିସ୍ପେନ୍ସରୀରେ ମିଳିବ, ଯାହାକିରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ, କର୍ମଚାରୀ ରାଜ୍ୟ ବୀମା ଯୋଜନା ଦ୍ୱାରା ପରିଚାଳିତ ଅଟେ । ଏଠାରେ ଦାୟିତ୍ୱ ହୀନ ମଡେଲ ହସ୍ପିଟାଲ ଉଚ୍ଚ କତ୍ତୃପକ୍ଷ ଯଥା ହସ୍ପିଟାଲର ଅଧିକ୍ଷକ ମୁଖ୍ୟତଃ ଦାୟୀ, ତତସହିତ କର୍ମଚାରୀ ରାଜ୍ୟ ବୀମା ନିଗମ ମେଡିକାଲ କମିଶନର ଦାୟୀ ଓ କେନ୍ଦ୍ରଶ୍ରମ ମନ୍ତ୍ରଣାଳୟ ଏବଂ କେନ୍ଦ୍ରଶ୍ରମ ସଚିବ ଓ ଶ୍ରମମନ୍ତ୍ରୀ ମଧ୍ୟ ଦାୟୀ ଅଟନ୍ତି । ଏଇଥି ପାଇଁ ସାରାଦେଶରେ ସମସ୍ତ ଇ ଏସ ଆଇସି ମଡେଲ ହସ୍ପିଟାଲ ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ହୋଇଥିଲେ ମଧ୍ୟ ରାଉରକେଲା ସେଥିରୁ ବାଦ ପଡିଛି । ୨୦୧୩ ମସିହାରେ ତତ୍କାଳୀନ ମଡେଲ ହସ୍ପିଟାଲ ଅଧିକ୍ଷକ ଡାକ୍ତର ତେଗବାହାଦୁର ବାତ୍ରା ଇଏସଆଇସି ମେଡିକାଲ କମିଶନରଙ୍କୁ ଚିଠି କରିଥିଲେ କି ରାଉରକେଲାରେ ରୋଗୀମାନଙ୍କ ଆବଶ୍ୟକତାକୁ ନେଇ ତିନିଶହ ଶଯ୍ୟା ବିଶିଷ୍ଠ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ କରିବାପାଇଁ ଦାବୀ କରିଥିଲେ । ତାଙ୍କ ପରଠାରୁ ଯେତେ ଅଧିକ୍ଷକ ଆସିଲେ କାହାରି ରାଉରକେଲା ପ୍ରତି ଆନ୍ତରିକତା ନଥିବାରୁ ରାଉରକେଲା ଇଏସଆସି ମଡେଲ ହସ୍ପିଟାଲରେ ରୋଗୀମାନେ ହଇରାଣ ହେବା ସହିତ ହସ୍ପିଟାଲ ପ୍ରତି ନୈରାଶ୍ୟ ଭାବ ପ୍ରକାଶ କରୁଛନ୍ତି । ଏଣୁ ହିନ୍ଦ ମଜଦୁର ସଭା ଶ୍ରମିକମାନଙ୍କ ଜାଗ୍ରତପ୍ରହରୀ ଭାବେ କାର୍ଯ୍ୟନିର୍ବାହ କରୁଥିବାରୁ ହସ୍ପିଟାଲ କତ୍ତୃପକ୍ଷଙ୍କ ଦ୍ୱାରା ରୋଗୀମାନେ ଚରମ ଅବହେଳାର ଶିକାର ହେଉଥିବା ବିରୁଦ୍ଧରେ ସମସ୍ତ ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରାଇବା ସହିତ ଦାୟିତ୍ୱହୀନ ଅଧିକ୍ଷକଙ୍କ ବଦଳି ସହିତ ରୋଗୀମାନଙ୍କ ପାଇଁ ଆବଶ୍ୟକ ସମସ୍ତ ଔଷଧ ଦୁଇ ସପ୍ତାହ ମଧ୍ୟରେ ଯୋଗାଇଦେବା ଦାବିନେଇ କେନ୍ଦ୍ରଶ୍ରମ ମନ୍ତ୍ରୀ ମନସୁଖ ମଣ୍ଡଭ୍ୟାଙ୍କୁ ଚିଠି ଦ୍ୱାରା ଅବଗତ କରାଗଲା କି ଏହାର ତୁରନ୍ତ ପ୍ରତିକାର କରାନଗଲେ, ହିନ୍ଦମଜଦୁରସଭା ଆନ୍ଦୋଳନକୁ ଓହ୍ଲାଇବ ବୋଲି ରାଜ୍ୟ ସମ୍ପାଦକ ଦିଗାମ୍ବର ମହାନ୍ତି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.