pakka

ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଦୀର୍ଘ ୨୨ ବର୍ଷର ସରକାରରେ ରହିବା ପରେ ମୁଖ୍ୟମନ୍ତ୍ରୀଙ୍କ VSSUT ବୁର୍ଲାକୁ ୨୦୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିବା ମିଛ ସୁନେଲି ସ୍ୱପ୍ନ ନୁହେଁ ତ ? ବୋଲି ବରଗଡ଼ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ସର୍ବ ପୁରାତନ ଇଂଜିନିୟରିଂ କଲେଜ VSSUTକୁ ମୁଖ୍ୟମନ୍ତ୍ରୀ ୨୦୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ତାହା ପୂର୍ବରୁ ଅନେକ ଘୋଷଣା ପରି ଏକ ସୁନେଲି ସ୍ୱପ୍ନ ନୁହେଁ ତ ? ବିଗତ ଦିନରେ VSSUTର ବିଭିନ୍ନ ପ୍ରକଳ୍ପ ତଥା ଉନ୍ନତି ପାଇଁ ଅର୍ଥ ବରାଦ ତଥା ଖର୍ଚ୍ଚ ହୋଇଛି, ଯେଭଳି ଭାବରେ ହେବାକଥା ସେଭଳି ଭାବରେ ହୋଇ ପାରିନାହିଁ । ଉଦାହରଣ ସ୍ୱରୂପ ଅଟୋମେଶନ ପାଇଁ ୪୨ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରୟା କାମ ମେନୁଆଲି ଚାଳିଛି ବୋଲି ସେ କହିଥିଲେ । କେନ୍ଦ୍ର ସରକାରଙ୍କ TQIP (Technical Quality Improvement Program)ରେ ରିସର୍ଚ୍ଚ ସକାଶେ ମେସିନ କିଣିବା ପାଇଁ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା, କିନ୍ତୁ ତାର ଫଳାଫଳ ଏପର୍ଯ୍ୟନ୍ତ ଯେଭଳି ହେବାକଥା ହୋଇନାହିଁ । ଟେଣ୍ଡର ନମ୍ବର VSSUT/DSW/ATH/03 ତା୦୫/୦୧/୨୦୧୭ ତାରିଖରେ ୫୦ ଲକ୍ଷ ଟଙ୍କା ବରାଦରେ ପିଲାମାନଙ୍କର ସୁବିଧା ପାଇଁ ବ୍ୟାୟାମଶାଳା କରାହୋଇଥିଲା ତାର ଅବସ୍ଥା କ’ଣ ତାହା ସମସ୍ତଙ୍କୁ ଜଣା ବୋଲି ସେ କହିଥିଲେ । ପାଞ୍ଚ ହଜାରରୁ ଅଧିକ ଛାତ୍ର ପଢୁଥିଲେ ମଧ୍ୟ ପିଲାଙ୍କ ପଢିବା ପାଇଁ ଆବଶ୍ୟକ ପରିମାଣର ଶ୍ରେଣୀ ଗୃହ ନାହିଁ ଏବଂ ସମସ୍ତ ପୁରୁଣା ହଷ୍ଟେଲର ଅବସ୍ଥା ନ କହିଲେ ଭଲ ବୋଲି ସେ କହିଥିଲେ । ୨୦୧୭ ଡାଇମଣ୍ଡ ଜୁବଲିରେ ନିଜେ ମୁଖ୍ୟମନ୍ତ୍ରୀ ଆସି ଅନେକ କଥା ଘୋଷଣା କରିଥିଲେ, ହେଲେ ଏପର୍ଯ୍ୟନ୍ତ ୮୦ରୁ ଉର୍ଦ୍ଧ୍ବ ଅଧ୍ୟାପକ ପଦ ଖାଲି ରହିବା ଚିନ୍ତାର ବିଷୟ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାକୁ ବାରମ୍ବାର ଅବହେଳା କରି ଠକୁଛନ୍ତି । ଏବେ ୨୦୦୦ କୋଟି ଟଙ୍କାର ସୁନେଲି ସ୍ୱପ୍ନ ଦେଖାଇଛନ୍ତି । ଭୋଟ ରାଜନୀତି ପାଇଁ ଛାତ୍ରମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ରାଜ୍ୟ ସମ୍ପାଦକ ପ୍ରିତେଶ ବହିଦାର, ବରଗଡ଼ ଜିଲ୍ଲା ଯୁବମୋଚ୍ଚା ସଭାପତି ଅମିତ କୁମାର ପଣ୍ଡା, ଜିଲ୍ଲା ସଧାରଣ ସମ୍ପାଦକ କୁନାଲ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

5 + 20 =

error: Content is protected !!