pakka

ଯୁକ୍ତ ୨ ଓ ଯୁକ୍ତ ୩ରେ ସିଟ୍‌ ସଂଖ୍ୟା ବଢାଇବାକୁ ଛାତ୍ର କଂଗ୍ରେସର ଦାବୀପତ୍ର ପ୍ରଦାନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବାପେକ୍ଷା ବଲାଙ୍ଗିର ଜିଲ୍ଲାରେ ପାସ ହାର ବଢିଥିଲେ ସୁଦ୍ଧା ସିଟ୍‌ ସଂଖ୍ୟା ବଢିପାରୁ ନାହିଁ । ଫଳରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଉଚ୍ଚ ମାର୍କ ରଖି ମଧ୍ୟ ଛାତ୍ରଛାତ୍ରୀମାନେ ଯୁକ୍ତ ୨ ଓ ଯୁକ୍ତ ୩ ପଢିବା ପାଇଁ ସିଟ୍‌ ପାଉ ନାହାନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏହି ବିଷୟକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ କ୍ଷୋଭ ପ୍ରକାଶ କରାଯିବା ସହ ଜିଲ୍ଲାରେ ଯୁକ୍ତ ୨ ଓ ଯୁକ୍ତ ୩ରେ ସିଟ ସଂଖ୍ୟା ବଢାଇବା ଦାବୀ ନେଇ ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଗୁରେଶ୍ୱର ଭୋଇଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ନିରଞ୍ଜନ ମିଶ୍ର, ଟୁଲ ସେନ, ନିତିଶ ପ୍ରଧାନ, ସୁଜିତ କମ୍ଭାର, ଅଂଚଳ ପଣ୍ଡା, ସୁମନ୍ତ ବିଭାର, ଶଙ୍କର ବିଶି, ଚିନ୍ମୟ ବେହେରା, ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

five × 3 =

error: Content is protected !!