pakka

ଟ୍ରକ ଧକ୍କାରେ ବାପ ପୁଅ ଗୁରୁତର : ଭୀମସାର ବୁର୍ଲାକୁ ସ୍ଥାନାନ୍ତରିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଗୌଡିପାଲି ନିକଟସ୍ଥ ପଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ଧକ୍କା ଦେବା ଫଳରେ ବାଇକ ଆରୋହୀ ବାପ ପୁଅ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ ଲୋକମାନଙ୍କ ଠାରୁ ଖବର ପାଇ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର ଗୁରୁ ଓ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାର ଡିଙ୍ଗର କୁମ୍ଭାର ପହଞ୍ଚି ଗୁରୁତର ଅବସ୍ଥାରେ ବାପ ପୁଅଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣିଥିଲେ । ଆହତ ଦୁଇଜଣ ହେଲେ ଚଙ୍ଗରିଆ ଗ୍ରାମର ଡୋଲାମଣୀ ଧରୁଆ (୨୪ ) ଓ ତାଙ୍କ ବାପା ସିଂହାସନ ଧରୁଆ (୫୫) । ତାଙ୍କ ବାଇକ ଯୋଗେ ପଦ୍ମପୁର ପଟରୁ ପାଟଣାଗଡ଼ ଫେରୁଥିବା ଗୌଡିପାଲି ନିକଟସ୍ଥ ପଟ୍ରୋଲ ପମ୍ପଠାରେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ଗାଡ଼ି ନଂ ଓଡି୧୭ଜେ୮୨୯୧ ଧକ୍କା ଦେଇଥିଲା । ଯାହା ଫଳରେ ବାଇକ ଆରୋହୀ ବାପ ପୁଅ ଦୁହେଁ ଛିଟିକି ରାସ୍ତାରେ ପଡ଼ିଯାଇଥିଲେ । ଦୁଇ ବାପ ପୁଅଙ୍କ ବାମ ଗୋଡ଼ ଭାଙ୍ଗି ଯିବା ସହ ବାପ ସିଂହାସନ ଧରୁଆଙ୍କ ମୁଣ୍ଡରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପାଟଣାଗଡ଼ ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବାପ ପୁଅଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଘଟଣାରେ ଲରମ୍ଭା ପୋଲିସ ପହଞ୍ଚି ଟ୍ରକଟିକୁ ଜବତ କରିଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

2 × two =

error: Content is protected !!