pr

ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

dr. purohit

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାନ୍ଦୋପଲା ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନ୍‌ର ସମ୍ମିଳନୀ କକ୍ଷରେ ଶନିବାର ୧୧ତମ ଆନ୍ତର୍ଜାତୀୟ ଶିଶୁ / ଯୁବ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନ୍‌ର ନିର୍ଦେଶକ ଡି. ଶ୍ୟାମ, ଡି. ରାମ କୁମାର, ପରିଚାଳନା ସଦସ୍ୟା ଡି. ପଦ୍ମିନୀ, ପର୍ପଲ ପିପୁଲ ଲ୍ୟାବସର ସଂସ୍ଥାପକ ଶ୍ଵେତା ପରଖ, ସମାଚାର ଜଷ୍ଟ କ୍ଲିକର ଦେବେନ୍ଦ୍ର ବିଶି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷା ଆରତୀ ମିଶ୍ର ପ୍ରମୁଖ ଉପସ୍ଥିତ ଜିଲ୍ଲାସ୍ତରୀୟ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଆସନ୍ତା ୧୩ ତାରିଖ ଠାରୁ ତିନିଦିନ ଧରି ଭବାନୀପାଟଣା ଲକ୍ଷ୍ମୀ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ହେବାକୁ ଥିବା ଆନ୍ତର୍ଜାତୀୟ ଶିଶୁ / ଯୁବ ଚଳଚିତ୍ର ମହୋତ୍ସବ (SIFFCY)ର ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ମହୋତ୍ସବରେ ୩୦ରୁ ଅଧିକ ଚଳଚିତ୍ର ପ୍ରଦର୍ଶିତ ହେବ । ବିଭିନ୍ନ ଦେଶ ବିଦେଶରୁ ଆସିଥିବା ରାଷ୍ଟ୍ରଦୂତଙ୍କ ଦ୍ୱାରା କର୍ମଶାଳା, ମାଷ୍ଟର କ୍ଲାସ ଓ ପେନାଲ ଜରିଆରେ ବିଶ୍ୱ ସ୍ତରୀୟ ପ୍ଲାଟଫର୍ମରେ ସାମିଲ ହେବାପାଇଁ ପ୍ରୟାସ କରାଯାଉଥିବା ସୂଚନା ପ୍ରଦାନ କରାଯାଇଛି । ଆସନ୍ତା ୧୫ ତାରିଖ ଦିନ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ମହୋତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନିର୍ଦ୍ଦେଶକ ଡି. ଶ୍ୟାମ ସୂଚନା ଦେଇଛନ୍ତି । ଅନୁଷ୍ଠିତ ଏହି ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.