pakka

ପ୍ରେମାନନ୍ଦ ବେହେରାଙ୍କୁ ରାଜ୍ୟସ୍ତରୀୟ ସାହିତ୍ୟ ସାଧକ ସମ୍ମାନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟରେ ଭାରତୀୟ ସାହିତ୍ୟ ଓ ସଂସ୍କୃତି ସଂସଦ ଦ୍ୱାରା ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବରେ ବରଗଡ଼ ଜିଲ୍ଲାର ସୁସାହିତ୍ୟିକ ତଥା ବୁରୋମୁଣ୍ଡା ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ ସାହିତ୍ୟ ସାଧକ ସମ୍ମାନରେ ସମ୍ମାନିତ କରାଯାଇଛି । ପୂର୍ବରୁ ପ୍ରେମାନନ୍ଦ ବେହେରା, ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ବରଗଡ଼ ଜିଲ୍ଲାରୁ ଦୟାନିଧି ମିଶ୍ର ସ୍ମୃତି ସାହିତ୍ୟ ସମ୍ମାନ, ମାଲକାନଗିରି ଜିଲାରୁ ମାଲ୍ୟବନ୍ତଶ୍ରୀ ସମ୍ମାନ, କୋରାପୁଟ ଜିଲ୍ଲାରୁ ମାଟିଲଗ୍ନାଶ୍ରୀ ସମ୍ମାନ, ପୁରୀ ଜିଲ୍ଲାରୁ ମାନସିଂହ ସ୍ମୃତି ସମ୍ମାନ-୨୦୨୦, ଗଞ୍ଜାମ ଜିଲ୍ଲାରୁ ଉପେନ୍ଦ୍ର ଭଞ୍ଜ ସ୍ମୃତି ସମ୍ମାନ, ବାଲେଶ୍ଵର ନ୍ୟାସ୍‌ନାଲ ପ୍ରୋଗ୍ରେସ ଗ୍ରୁପରୁ ପଶ୍ଚିମାଞ୍ଚଳ ସାହିତ୍ୟ ଜ୍ୟୋତି ଆଦି ବହୁ ସମ୍ମାନରେ ସମ୍ମାନିତ ହୋଇ ସାରିଛନ୍ତି ।

Leave A Reply

Your email address will not be published.

13 − two =