pakka

ଇଟାୱା ରେଳ ଷ୍ଟେସନରୁ ଘୋଷଣା ହେଲା – ‘ମେନପୁରୀ ସେ ଡିମ୍ପଲ୍ ଭାବୀ କୋ ଜିତାଏଁ’

ମେନପୁରୀ : ଗତ ଶନିବାର ରାତି ପ୍ରାୟ ୧୧ ଟା ସମୟରେ ଇଟାୱା ରେଲୱେ ଜଙ୍କସନର ଅନୁସନ୍ଧାନ କେନ୍ଦ୍ରରେ ସ୍ଥାପିତ ମାଇକ୍‌ରୁ ଡିମ୍ପଲ୍ ଯାଦବ ଜିନ୍ଦାବାଦ ଘୋଷଣା ହୋଇଥିଲା । ଏହା ସହିତ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବଙ୍କୁ ଭୋଟ୍ ଦେବା ପାଇଁ ମାଇକ୍‌ ମାଧ୍ୟମରେ ମଧ୍ୟ ଆବେଦନ କରାଯାଇଥିଲା । ମାଇକ୍‌ରେ କୁହାଯାଇଥିଲା ଯେ, ‘ମେନପୁରୀ ସେ ଡିମ୍ପଲ୍ ଭାବୀ କୋ ଜିତାଏଁ’ । ଏହା ଷ୍ଟେସନରେ ଉପସ୍ଥିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଥିଲା । ଏହି ଖବର ପ୍ରସାର ପାଇଁ ଅଧିକ ସମୟ ଲାଗିଲା ନାହିଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ରେଳ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି । ଏଥି ସହିତ, ଜିଆର୍‌ପି ମଧ୍ୟ ଜୋର୍‌ସୋର୍‌ ବିଭିନ୍ନ ସ୍ତରରୁ ଅନୁସନ୍ଧାନ କରୁଛି । ତେବେ ଏଭଳି କାର୍ଯ୍ୟ କିଏ କରିଛି, ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶର ମେନପୁରୀ ଲୋକସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର ୫ରେ ମତଦାନ ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୮ରେ ଗଣନା ପରେ ଫଳାଫଳ ଘୋଷଣା କରାଯିବ । ଏସପି ସଂରକ୍ଷକ ମୁଲାୟମ ସିଂ ଯାଦବ ଏଠାରୁ ସାଂସଦ ଥିଲେ, ତାଙ୍କ ମୃତ୍ୟୁ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିବା ବେଳେ ରଘୁରାଜ ସିଂ ଶାକ୍ୟ ଭାରତୀୟ ଜନତା ପାର୍ଟିରୁ ନିର୍ବାଚନ ମଇଦାନ୍‌ରେ ଅଛନ୍ତି । ଉଭୟ ଦଳ ଏବଂ ସେମାନଙ୍କ ନେତା ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ହାସଲ କରିବାକୁ ପ୍ରଚାର ଜାରି ରଖିଛନ୍ତି । ରାଜନୈତିକ ଉଷ୍ମତା ଶିଖରରେ ପହଂଚିଛି । ଏହି କ୍ରମରେ ଇଟାୱା ରେଳ ଷ୍ଟେସନରେ ଏହି ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।

Leave A Reply

Your email address will not be published.

18 + 7 =