ସମ୍ବିଧାନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଦଳିତ ବିକାଶ ମଞ୍ଚ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ନଟରାଜ ନାଗଙ୍କ ଅଧ୍ୟକ୍ଷତାରେ ଭାରତର ସମ୍ବିଧାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଆଇନଜୀବୀ ପ୍ରୀତିସାଗର ମହାନନ୍ଦ ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇଥିବା ବେଳେ ନାରୀ ନେତ୍ରୀ ରୂପାଲି ମହାନନ୍ଦ, ସମାଜ ସଂସ୍କାରକ ଗୋପବନ୍ଧୁ ଜଗଦଲା, ଦଣ୍ଡୁଆ କୁମ୍ଭାର ପ୍ରମୁଖ ସମ୍ମାନୀତ ବକ୍ତାରୂପେ ଯୋଗ ଦେଇଥିଲେ । ସଂପାଦକ ଭୂବନ ନାଗ ସ୍ୱାଗତ ଭାଷଣ ଦେଇଥିବା ବେଳେ ନେପାଳ ବାଗ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ । ଆଲୋଚକ ତଥା ବକ୍ତାମାନେ ସମ୍ବିଧାନ କଣ ? ସମ୍ବିଧାନ କାହିଁକି ? ମୌଳିକ ଅଧିକାର ଇତ୍ୟାଦି ବିଷୟରେ ଧାରଣା ଦେଇଥିଲେ । ସମାଜ ପାଇଁ ଅବଦାନ ଥିବା ଆଇନଜୀବୀ ଦିନେଶ ନାଗ ଓ ଉଦ୍ଧବ ତାଣ୍ଡି, ସାମାଜିକ କର୍ମୀ ରାଜେନ୍ଦ୍ର ସୁନା ଓ ଆଦର୍ଶ ଶିକ୍ଷକ ସୂର୍ଯ୍ୟମଣି ସୁନାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମୁରଲୀଧର ସୁନା ବୃନ୍ଦାବନ ନାଗ, ଭୀମସେନ ବାଗ, ମହେନ୍ଦ୍ର ଜାଲ, କରୁଣାକର ବାଗ, ଲୋକନାଥ ସୁନା, ନୀଲାଚଳ ଦୀପ, ହଲଧର ନିଆଲ ଓ ବାଳକୃଷ୍ଣ ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

nine − 6 =

error: Content is protected !!