pakka

ଜାମ୍ମୁ କାଶ୍ମୀରର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି, ବିଜେପି ସଂପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବ : ତରୁଣ ଚୁଗ୍

କାଶ୍ମୀର : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମହାସଚିବ ତଥା ଜାମ୍ମୁ କାଶ୍ମୀର ଏବଂ ଲଦାଖର ଦାୟିତ୍ୱରେ ଥିବା ତରୁଣ ଚୁଗ୍ ଜାମ୍ମୁ କାଶ୍ମୀରରେ ଦଳ ସଂଗଠନ ଏବଂ କ୍ୟାଡରକୁ ନିରନ୍ତର ମଜବୁତ କରି ସରକାର ଗଠନ କରିବାକୁ ଦାବୀ କରିଛନ୍ତି । ତରୁଣ ଚୁଗ୍‌ କହିଛନ୍ତି ଯେ, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସମୟରୁ ଜାମ୍ମୁ କାଶ୍ମୀରରେ ଆମର ଏକ ଶକ୍ତିଶାଳୀ ସଂଗଠନ ଅଛି ଏବଂ ଗତ ୭୦ ବର୍ଷ ମଧ୍ୟରେ ତିନୋଟି ରାଜନୈତିକ ପରିବାରର ପରିବାରବାଦ୍‌, ଭ୍ରଷ୍ଟାଚାର ଏବଂ ବିଶ୍ୱାସଘାତକତାରେ ରାଜ୍ୟବାସୀ ଅତିଷ୍ଟ ହୋଇ ସାରିଛନ୍ତି । ଲୋକେ ରାଜନୈତିକ ପରିବର୍ତ୍ତନ ଚାହୁଁଛନ୍ତି ।

ସେ କହିଛନ୍ତି ଯେ, ଧାରା ୩୭୦ ଏବଂ ୩୫ଏ ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଜାମ୍ମୁ କାଶ୍ମୀରରେ ବିଶ୍ୱାସର ବାତାବରଣ ସୃଷ୍ଟି କରିବା ପାଇଁ ଯେଉଁଭଳି କାର୍ଯ୍ୟ କରିଛନ୍ତି, ଏଠାରେ ଲୋକଙ୍କ ମଧ୍ୟରେ ବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି । ସେ କହିଛନ୍ତି ଯେ, ବିଜେପି ହେଉଛି ଏକ ଏପରି ରାଜନୈତିକ ଦଳ ଯାହା ସାମାଜିକ ତଥା ରାଜନୈତିକ ପ୍ରସଙ୍ଗରେ ସ୍ଥାୟୀ କାର୍ଯ୍ୟ କରିଥାଏ । ଦଳ କେବଳ ନିର୍ବାଚନ ସମୟରେ କାମ କରେ ନାହିଁ, ସବୁବେଳେ ସକ୍ରିୟ ଥାଏ । ତେଣୁ ଆମେ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ ।

Leave A Reply

Your email address will not be published.

six − 2 =