କଣ୍ଟାବାଞ୍ଜି ହେମାଲ ସଂଘ ଦ୍ୱାରା ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

  • ବିଭିନ୍ନ ସାମାଜିକ ଅନୁଷ୍ଠାନଦ୍ୱାରା ଅଂଚଳର ବିକାଶ ନେଇ ସ୍ମାରକ ପତ୍ର ପ୍ରଦାନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଓଡିଶାର ନବନିର୍ବାଚିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ତିନିଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ମଙ୍ଗଳବାର ଦିନ ସନ୍ଧ୍ୟାରେ କଣ୍ଟାବାଞ୍ଜି ହେମାଲ ସଂଘ ଭବନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାଟିକୁ ହେମାଲ ସଂଘ ଦ୍ୱାରା ଆୟୋଜିତ କରାଯାଇଥିଲା । ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାର ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା । ହେମାଲ ସଂଘ ଦ୍ୱାରା ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପାଟଣା ମହାରାଜଙ୍କ ସୁପୁତ୍ରୀ ନିବୃତ୍ତି ସିଂହଦେଓ ମେୱାର, ହେମାଲ ସଂଘ ଉପସଭାପତି ବିଦେଶି ବେହେରା, ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି, ନଗର ସଭାପତି ବେଦବ୍ୟାସ ନାଗ, ଜିଲ୍ଲା ସମ୍ପାଦକ ଶ୍ରୀବତ୍ସ ବେହେରା, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଡି. ଆର୍‌. ୟୁ. ସି. ସି. ମେମ୍ବର ଅଜୟ କୁମାର ଅଗ୍ରୱାଲ ମଂଚାସୀନ ଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ କଣ୍ଟାବାଞ୍ଜି ଅଂଚଳର ବିକାଶ ହିଁ ମୁଖ୍ୟ ଗୁରୁତ୍ୱ ଦିଆଯିବ ବୋଲି ସାଂସଦ ଶ୍ରୀମତୀ ସିଂହଦେଓ କହିଥିବା ବେଳେ ରେଳ ମରାମତି କାରଖାନା ଅଂଚଳର ଦାଦନ ଶ୍ରମିକମାନଙ୍କ ପାଇଁ ଏକ ରୋଜଗାରର ମାଧ୍ୟମ ହୋଇପାରିବ ବୋଲି କହିଥିଲେ । ସେହି ପରି ନିର୍ବାଚନୀ ସମୟରେ ଦେଇଥିବା ସମସ୍ତ ପ୍ରତିଶୃତି ପାଳନ ପାଇଁ ଆପଣମାନଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ସେହିପରି ବିଧାୟକ ଶ୍ରୀ ବାଗ ମଧ୍ୟ ଅଂଚଳର ବିକାଶ ପାଇଁ ସେ କାମ କରିବା ସହିତ ଜନସାଧାରଣଙ୍କ ସହଭାଗିତା ହିଁ ଅଂଚଳର ବିକାଶ ବୋଲି କହିଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ମଧ୍ୟ ଅଂଚଳର ବିକାଶ ଉପରେ ନିଜର ମତ ଦେଇଥିବା ସହିତ ସରକାରଙ୍କ କ୍ୟାବିନେଟ୍‌ ନିଷ୍ପତି ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ମଧ୍ୟ ବହୁ ଦିନର ଦାବୀ କଣ୍ଟାବାଞ୍ଜିକୁ ରାଜସ୍ୱ ଜିଲ୍ଲା ଦାବୀ ଉପରେ ଏକ ଦାବୀପତ୍ର ଦେଇଥିବା ବେଳେ ଯାଦବ ସମାଜ, କରଣ ସମାଜ, ଶ୍ରୀ ଶ୍ରୀ ପୁଞ୍ଜି ପଥର ମନ୍ଦିରର ଉନ୍ନତି କରଣ, ସହ ଅନେକ ଦାବୀପତ୍ର ମାତ ବିଭିନ୍ନ ଅନୁଷ୍ଠାନ ମାନ ଦେଇଥିଲେ । ଏହି ସଭାକୁ ହେମାଲ ସଂଘର ସଭାପତି ଶେଷ ଦେବ ପୁଟେଲ ପରିଚାଳନା କରିଥିଲେ ।

Leave A Reply

Your email address will not be published.