oom

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ପଲସଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଳ କୁମାର ସିହ୍ନାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ ମୁଖ୍ୟ ଅତିଥି, ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ମୁଖ୍ୟବକ୍ତା, ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିବିକ୍ରମ ପାଣିଗ୍ରାହୀ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶରତ କୁମାର ପଟେଲ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବପ୍ରସାଦ ଯୋଶୀ ଓ ରାଧେଶ୍ୟାମ ମେହେର, ଶିକ୍ଷାବିତ୍‌ ମହେନ୍ଦ୍ର କୁମାର ସାହୁ, ସ୍କୁଲ ଚେୟାର୍‌ମ୍ୟାନ୍‌ ମହେନ୍ଦ୍ର ସିଂ ବରିହା, ଆର୍‌,ବି. ହାଇସ୍କୁଲ ପଦ୍ମପୁରର ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ମହାନ୍ତି, କାର୍ତ୍ତିକ ଚନ୍ଦ୍ର ଦାଶ, ପ୍ରଶାନ୍ତ ସାହୁ ସମ୍ମାନିତ ଅତିଥି ଭାବରେ ଏବଂ ଗ୍ରାମବାସୀ ତଥା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ- ସଦସ୍ୟାମାନେ ଅତିଥ ରୂପେ ଯୋଗଦାନ କରି ବିଦାୟୀ ପ୍ରଧାନ ଶିକ୍ଷକଙ୍କ ସହିତ ବିତାଇଥିବା ଦିନ ଗୁଡ଼ିକର ସ୍ମୃତଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ମହେଶ୍ଵର ସାହୁ, ପୀତାମ୍ବର ସାହୁ, ଗଣେଶ ଚନ୍ଦ୍ର ତ୍ରିପାଠୀ, ବିଦ୍ୟାଳୟର ଛାତ୍ରୀ ପ୍ରିୟା ଅଜଗର ଓ ଅଙ୍କିତା ବାରିକ ଏବଂ ଶିକ୍ଷକ ସାଗର ମର୍ହି ପ୍ରମୁଖ ମଧ୍ୟ ସ୍ମୃତିଚାରଣ କରିଥିଲେ । ବରିଷ୍ଠ ଶିକ୍ଷକ ଯତୀନ୍ଦ୍ର ଦୀପ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସହକାରୀ ଶିକ୍ଷକ ଟେକରାଜ ପଟେଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀମାନେ ସ୍ଵାଗତ ଓ ବିଦାୟ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀବୃନ୍ଦ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ପଦ୍ମଲୋଚନ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.