om academy

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିନ୍ ପାଳିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ‘ସମ୍ବଲପୁରୀ ଦିନ୍’ ପାଳିତ ହୋଇଯାଇଛି । ଏଥି ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ବଲପୁରୀ ପିନ୍ଧି ‘ସମ୍ବଲପୁରୀ ଦିନ୍’ ମାନିଛନ୍ତି । ‘ଅଗଷ୍ଟ ୧’ ତାରିଖକୁ ଏଇ ଅଞ୍ଚଳର ସାହିତ୍ୟ ଓ ସଂସ୍କୃତି ସାଧକ ଗୁରୁ ସତ୍ୟନାରାୟଣ ବହିଦାର ଓ ଶ୍ରୀଧର ପଧାନଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ ‘ସମ୍ବଲପୁରୀ ଦିନ୍’ ରୂପେ ପାଳନ କରାଯାଉଛି । ଲୋକଙ୍କ ଭାବାବେଗ ସହ ତାଳ ଦେଇ ଏହି ଦିନ ବରଗଡ଼ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବେ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତ୍ର ସଂଖ୍ୟା. ୨୧୨ ତା ୩୧.୦୭.୨୦୨୩ରିଖରେ ସୂଚାଇ ଦିଆଯାଇଥିଲା । ସେଥିପାଇଁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ସମ୍ବଲପୁରୀ ଦିନ୍ ପାଳିତ ହୋଇଯାଇଛି । ଉପ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ସମସ୍ତେ ସମ୍ବଲପୁରୀ ପିନ୍ଧି କାର୍ଯ୍ୟାଳୟକୁ ଆସିଥିଲେ । ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ସଭାଗୃହରେ ସମସ୍ତଙ୍କୁ ନେଇ ଆଲୋଚନା ସଭାର ଆୟୋଜନ ହୋଇଛି । ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ସଭା ସଂଯୋଜନା କରି ସମ୍ବଲପୁରୀ ଅସ୍ମିତା ଉନ୍ନତ ଲୋକ ସେବାର ସ୍ରୋତ ହୋଇପାରିବ ବୋଲି ମତରଖିଛନ୍ତି । ଉପଜିଲ୍ଲାପାଳ ଶ୍ରୀ କୁମ୍ଭାର ସମ୍ବଲପୁରୀ ବସ୍ତ୍ର ଓ ସଂଗୀତ କେଉଁ ଭଳି ଭାବେ ଆମକୁ ବିଭିନ୍ନତାରେ ଏକତାର ବାର୍ତ୍ତା ଦେଇ ଆମର ପରିଚୟ ହୋଇପାରିଛି ସେ ଉପରେ ଆଲୋକପାତ କରିଛନ୍ତି । ସହକାରୀ ଜିଲ୍ଲାପାଳ ସନ୍ତୋଷ ପତି ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ କେମିତି ଏଇ ସଂସ୍କୃତି ଆବୋରି ନେଇଛି ସେ ଉପରେ ମତ ରଖିଛନ୍ତି । ଶ୍ରୀ ତୁଷାର ପଧାନ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନର ଅନୁଭୂତିରୁ ସମ୍ବଲପୁରୀ ସଂସ୍କୃତିର ଚେତନା ବିଷୟରେ ମତ ରଖିଛନ୍ତି । ସଭାରେ ଅନ୍ୟତମ ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକ, ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସମ୍ବଲପୁରୀ ଦିନ୍ ମାନିଛନ୍ତି । ସମ୍ବଲପୁରୀ ବସ୍ତ୍ରକୁ ସାଧାରଣ ଜନଜୀବନରେ ଅଧିକରୁ ଅଧିକ ଭାବରେ ବ୍ୟବହାର କରି ହସ୍ତତନ୍ତକୁ ପ୍ରୋତ୍ସାହିତ କରିବାର ଆହ୍ୱାନ ଦେଇ ଉପଜିଲ୍ଲାପାଳ ସମସ୍ତଙ୍କୁ ସମ୍ବଲପୁରୀ ଦିନ୍ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.