jsm

ଅବସରପ୍ରାପ୍ତ ସୈନିକ ତ୍ରିନାଥ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧନା

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଞ୍ଚାୟତ ତିଗିରିଆ ଗ୍ରାମର ଅବସରପ୍ରାପ୍ତ ସୈନିକ ତ୍ରିନାଥ ସାମନ୍ତରାୟଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଦୀର୍ଘ ୨୫ ବର୍ଷ ବିଏସ୍‌ଏଫ୍‌ରେ ନିଷ୍ଠାର ସହ କାମ କରି ଗତ ମାର୍ଚ୍ଚ ୩୧ରେ ଅବସର ନେଇଥିଲେ । ସେ ଆଜି ନିଜ ଗ୍ରାମକୁ ଫେରିବା ବେଳେ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉତ୍ସବରେ ସ୍ଥାନୀୟ ସରପଞ୍ଚ ପ୍ରତିମା ପାତ୍ର, ସମାଜସେବୀ ରମେଶ ପାଟ୍ଟଶଣି, ସାଥୀ ସୈନିକ ଜୟନ୍ତ କୁମାର ସାହୁ, ମାନସ ବଳିଆରସିଂହ, ପ୍ରଦୀପ କୁମାର ପାତ୍ର, ସମାଜସେବୀ ପ୍ରକାଶ ଚନ୍ଦ୍ର ପାତ୍ର, ରାଜକିଶୋର ବେହେରା, ମହମ୍ମଦ ମୁସ୍ତାକ, ରଙ୍କନିଧି ବେହେରା, ସନାତନ ଦାସ, ରବିନାରାୟଣ ରାଉତରାୟ, ଧୂଳିରାମ ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହି ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

yuvodaya
Leave A Reply

Your email address will not be published.