pakka

ଖେଲୋ ଇଣ୍ଡିଆରେ ଭାଗ ନେଇଥିବା ଉଷୁ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

bbehera

ଅନୁଗୁଳ/ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେରଳର କୋଝିକୋଡ଼ ସ୍ଥିତ ଭିକେ କୃଷ୍ଣ ମୋହନ ଇଣ୍ଡୋର ଷ୍ଟାଡିୟମରେ ଭାରତ ସରକାରଙ୍କ ପକ୍ଷରୁ ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ ଅନୁଷ୍ଠିତ ହୋଇଯାଇଛି । ଉଷୁ ସଂଘର ରାଜ୍ୟ ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ ଏବଂ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରାଙ୍କ ନେତୃତ୍ୱରେ ଓଡିଶାର ୪୧ଜଣ ପ୍ରତିଯୋଗୀ ଓ କୋଚ ଭାଗ ନେଇଥିଲେ ଏବଂ ଓଡିଶାକୁ ୧୬ଟି ପଦକ ମିଳିଥିଲା । ଏଥିରେ ଅନୁଗୁଳ ଜିଲ୍ଲାର ଦୁଇଜଣ ପ୍ରତିଯୋଗୀ ପ୍ରିୟଙ୍କା ବେହେରା ଓ ଅଙ୍କିତା ନାୟକ ଯୋଗ ଦେଇଥିଲେ । ଅନୁଗୁଳ ଜିଲ୍ଲାର ଉଷୁ ଆସୋସିଏସନର ସାଧାରଣ ସମ୍ପାଦକ ସୁଶାନ୍ତ ନାୟକ ରାଜ୍ୟର ଟିମ୍‌ ମ୍ୟାନେଜର ତଥା ଜିଲ୍ଲା କୋଚ ଭାବେ ମନୋନୀତ ହୋଇ ଖେଲୋ ଇଣ୍ଡିଆରେ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲାରୁ ଖେଲୋ ଇଣ୍ଡିଆର ପ୍ରତିଯୋଗିତାରେ ଭାଗ ନେଇ ଅନୁଗୁଳ ଜିଲ୍ଲାକୁ ଗୌରବାନ୍ୱିତ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠ ଦୁଇ ଜଣ ପ୍ରତିଯୋଗୀ ଏବଂ କୋଚଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉଷୁ ଆସୋସିଏସନର ସଭାପତି ପର୍ଶୁରାମ ବାରିକ, ଉପସଭାପତି ବାସୁଦେବ ସାହୁ, ଟେକ୍ନିକାଲ ଡାଇରେକ୍ଟର ବିନୋଦ କୁମାର ନାଏକ, ଅନିଲ ମୁର୍ମୁ, ଲକ୍ଷଣ ନାଏକ ଏବଂ ଜିଲ୍ଲା ଉଷୁ ଆସୋସିଏସନର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eighteen − one =