pakka

ତାଳଚେର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣଧାରଣା

bbehera

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଉପଜିଲ୍ଲାପାଳ ଅଫିସ ସାମ୍ନାରେ ତାଳଚେର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀର ଶାନ୍ତିପୂର୍ଣ୍ଣ ଗଣଧାରଣା ଆଜି ଷଷ୍ଠ ଦିବସରେ ପହଁଚିଥିବା ଜଣାପଡିଛି । ଓଡିଶାର ଏହି ସମୃଦ୍ଧ ଶିଳ୍ପାଞ୍ଚଳ ରାଜ୍ୟ ସରକାରଙ୍କୁ ସିଂହ ଭାଗ ରାଜସ୍ୱ ଦେଉଥିବା ସ୍ଥଳେ ଅବହେଳିତ ହୋଇ ଆସୁଥିବାରୁ ଜିଲ୍ଲା ମାନ୍ୟତା ନିମନ୍ତେ ଏହି ଆନ୍ଦୋଳନ ବହୁ ବର୍ଷ ତଳେ ଜୋର ଧରିଥିଲା । ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଳଚେରକୁ ୩୧ତମ ଜିଲ୍ଲା ରୂପେ ମାନ୍ୟତା ଦେବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ଏହି ପ୍ରତିଶୃତି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ବର୍ତ୍ତମାନ ତାଳଚେର ଉପଖଣ୍ଡ ଅଧିବାସୀଙ୍କ ଆକ୍ରୋଶରେ ପରିଣତ ହୋଇଥିବା ଅନୁଭବ କରାଯାଏ । ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ଜନସାଧାରଣ ଏହି ଦାବୀକୁ ଯଥାର୍ଥ ଅନୁଭବ କରି ଦାବୀ ପୂରଣ ନହେଲା ପର୍ଯ୍ୟନ୍ତ ଏହି ଗଣଧାରଣା ବଳବତ୍ତର ରହିବ ବୋଲି ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ତୁଙ୍ଗ ନେତୃବୃନ୍ଦ ଓ କର୍ମକର୍ତ୍ତା କେଶବ ଭୂତିଆ, ବିନୋଦ ଲାଲ, ଚୈତନ୍ୟ ପ୍ରଧାନ, ଓକିଲ ବାଉରୀ ବନ୍ଧୁ ବେଜ୍ ଶ୍ରମିକ ନେତା ରାଜୁ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 × one =