pakka

ମନ୍ତ୍ରୀ ଟୁକୁନି ସାହୁଙ୍କୁ ନାଗରିକ ସମ୍ବର୍ଦ୍ଧନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପି.ପି ଏକାଡେମୀ ପରିସରରେ ଓଡିଶା ସରକାରଙ୍କ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ଶ୍ରୀମତୀ ସାହୁ ପୂର୍ବରୁ ମହିଳା ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ ତୁଳାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନୂଆ ଟିମ୍‌ରେ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ପାଇଛନ୍ତି । ତେବେ ଏହି ଅବସରରେ ବଲାଙ୍ଗିରର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସମୂହଙ୍କ ଦ୍ୱାରା ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

nineteen − 14 =