csstore

ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଆଜି ରିଟାର୍ମେଣ୍ଟ ବେନିଫିଟ୍‌ ସାର୍ଟିଫିକେଟ୍‌ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସହ ବ୍ଲକ୍ ଶିକ୍ଷା ଅଧିକାରୀ ଶିବପ୍ରସାଦ ଯୋଶୀ, ରାମସିଂ ଭୋଇ ଓ ବରିଷ୍ଠ କିରାଣୀ ଦିଲ୍ଲୀପ ଭୋଇ ଉପସ୍ଥିତ ଥିଲେ ଏବଂ ସମସ୍ତେ ଅବସର ପରବର୍ତ୍ତୀ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ଭଗବାନଙ୍କ ଠାରେ କାମନା କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ କାଲି ମେ ୩୧ରେ ଷାଠିଏ ବର୍ଷରେ ପଦାର୍ପଣ କରି ଅବସର ଗ୍ରହଣ କରିଥିବା ଲଲିତ ଦାଶ ପୁରେନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶତ୍ରୁଘ୍ନ ବରିହା ବରିହାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଧ ବରିହା ପାଞ୍ଚଭାୟା ପ୍ରାଥମିକ ବିଦ୍ୟାଳୟ, ଶ୍ରୀମତୀ ସିନ୍ଧୁସୁତା ସେଠ୍ କୁମ୍ନିବାହାଲି ପ୍ରାଥମିକ ବିଦ୍ୟାଳୟ ଓ ମାୟାଧର ପଣ୍ଡା ଜ୍ଞାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ବର୍ଷ ଶିକ୍ଷକତା କରି ସମାଜ ପାଇଁ ଅନେକ ସୁନାଗରିକ ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.