oom

ରାଜେନ୍ଦ୍ର ୟୁନିଭରସିଟିରେ ସମ୍ବଲପୁରୀ ୟୁନିଫର୍ମ କରାଇବା ପାଇଁ ପ୍ରସ୍ତାବ ଦେଲା ଛାତ୍ର ବିଜେଡି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲୀ ଓ ସମ୍ବଲପୁରୀ ଭାଷା ସାହିତ୍ୟ ପରମ୍ପରା ଓ ବସ୍ତ୍ର ଆଭୂଷଣକୁ ପ୍ରଧାନ୍ୟ ଦେଇ ରାଜେନ୍ଦ୍ର ୟୁନିଭରସିଟିରେ ଛାତ୍ରଛାତ୍ରୀମାନଙ୍କ ସ୍ୱଦେଶୀ ମନୋଭାବ ଓ ସମ୍ବଲପୁରୀ ବସ୍ତ୍ର ପ୍ରତି ଆକୃ‌ଷ୍ଟ ମନୋଭାବ ପୂରଣ ପାଇଁ ସମ୍ବଲପୁରୀ ୟୁନିଫର୍ମ କରିବା ନିମନ୍ତେ ଆଜି ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମନ ନନ୍ଦଙ୍କ ନେତୃତ୍ବରେ ବଲାଙ୍ଗିରର ଛାତ୍ର ବିଜେଡି ସଂଗଠନର କର୍ମକର୍ତ୍ତାମାନେ ରାଜେନ୍ଦ୍ର ୟୁନିଭରସିଟିର ରେଜିଷ୍ଟ୍ରାର ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ରାଜେନ୍ଦ୍ର ୟୁନିଭରସିଟିର କୁଳପତି ଦୀପକ କୁମାର ବେହେରାଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହି ସାକ୍ଷାତକାର ସମୟରେ ରାଜେନ୍ଦ୍ର ୟୁନିଭରସିଟିର ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରି ଆଗାମୀ ଦିନରେ ସମସ୍ତ ସମସ୍ୟାକୁ ଗୁରୁତ୍ବ ଦେଇ ସମାଧାନ କରାଇବାକୁ ଛାତ୍ର ବିଜେଡି ଚେ଼ଷ୍ଟା ଜାରିରଖି ଥିବାବେଳେ ସଦାସର୍ବଦା ଛାତ୍ରଛାତ୍ରୀମାନଙ୍କ ହିତ ପାଇଁ କାର୍ୟ୍ୟ କରିଆସିଛି । ଏହାଛଡା ଆଗାମୀ ଦିନରେ ୟୁନିଭରସିଟିର ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଜୁ ଜନତା ଦଳର ବରିଷ୍ଠ ନେତୃମଣ୍ତଳୀ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇ କାର୍ୟ୍ୟସିଦ୍ଧି ପାଇଁ ଚେ଼ଷ୍ଟା ଜାରିରଖିବ ବୋଲି ନବ ନିଯୁକ୍ତ ରାଜ୍ୟ ଛାତ୍ର ବିଜେଡିର ସମ୍ପାଦକ ସୁମନ ନନ୍ଦ ଜଣାଇଛନ୍ତି । ଏହି ସାକ୍ଷାତକାର ସମୟରେ ତେଜରାଜ ଚୌଧରୀ, ବ୍ୟାସ ପଣ୍ଡା, ଆର୍ତ୍ତ ମହାକୁର, ରାଜେଶ ସାହୁ, ମଧୁ ସୁଦନ ସା, ସମ୍ବିତ୍ ପୁରୋହିତ, ମନୋଜ ପାତ୍ର, ରାହୁଲ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.