csstore

ଗନ୍ଧରାବନ୍ଧ ଚାରା ଉତ୍ପାଦନ କେନ୍ଦ୍ରରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ବନ୍ଧୁମିଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଚାରା ଉତ୍ପାଦନ କେନ୍ଦ୍ର ଠାରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ଯୁବରାଜ ବାଗ, ପୁଷ୍ପକେତୁ ବେହେରା, ଯୌବନ ବାଗ, ମୁକେଶ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ଉପସଭାପତି ଅନିଲ ତ୍ରିପାଠୀ, ଉପସଭାପତି ସୁଶାନ୍ତ ବେହେରା, କୋଷାଧ୍ୟକ୍ଷ ଦୀପକ ଯାଦବ, ଉପଦେଷ୍ଟା ଅଶୋକ ଖମାରୀ, ଗ୍ରନ୍ଥାଗାରକ ରାଧେଶ୍ୟାମ ମେହେର, ସଦସ୍ୟ ସୁଶାନ୍ତ ଥନାପତି, ନାରାୟଣ ମିଶ୍ର, ନିତ୍ୟାନନ୍ଦ ପୃସେଠ, ସ୍ୱେଚ୍ଛାସେବୀ ବଂଶୀଧର ବେହେରା, ଭକ୍ତବନ୍ଧୁ ସାହୁ, ରାମଚନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ମାନଙ୍କ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

jayashree
Leave A Reply

Your email address will not be published.