ସଇଁତଲା, (ଖୁସିରାନୀ ସାହୁ) : ଦୀର୍ଘ ବର୍ଷ ହେବ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଓ ତୁଷୁରା ଡାକ୍ତରଖାନାରେ ଡାକ୍ତର ଅଭାବ ରହି ଥିବା ବେଳେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଅନେକ ଦିନ ହେଲାଣି ଡାକ୍ତର ଖାନାର ସମସ୍ୟାକୁ ଦୂର କରିବା ପାଇଁ ଦାବି ହେଉଥିବା ବେଳେ ପୂର୍ବ ସରକାର ଶୁଣିନ ଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ତୁଷୁରା ଗସ୍ତରେ ଆସି ଥିବା ବେଳେ ଦୀର୍ଘ ଦିନରୁ ତୁଷୁରା ହସ୍ପିଟାଲ ଅପଗ୍ରେଡେସନ ଦାବି ରହିଛି । ତେବେ ତୁଷୁରା ଡାକ୍ତରଖାନା ନିଶ୍ଚିତ ଅପଗ୍ରେଡ ହେବ ଏବଂ ତୁଷୁରା ଓ ସଇଁତଲା ଡାକ୍ତରଖାନାରେ ଯଥାଶୀଘ୍ର ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକେ ବିଜେପି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।