
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସିଭିଲ ରାଇଟ୍ସ ପ୍ରଟେକ୍ସନ ଫୋରମ ବଲାଙ୍ଗିରର ଆବାହକ ଆଇନଜୀବୀ ଦିନେଶ ନାଗଙ୍କ ନେତୃତ୍ୱରେ ଏକଦିବସୀୟ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଗଣଧାରଣାର ମୁଖ୍ୟ ଦାବି ଗୁଡିକ ହେଲା ୨୦୨୬ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ଦିଲ୍ଲୀର ଜନ୍ତରମନ୍ତର ଠାରେ ସିଜେପି ତରଫରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ସମର୍ଥନ ଦିଆଯାଇଥିଲା । ବକ୍ତାମାନେ କେନ୍ଦ୍ର ସରକାରଙ୍କ ଦୁର୍ବଳ ଶିକ୍ଷାନୀତି ଓ ସଂସ୍ଥା ଗୁଡିକରେ ବିଜେପି ସମର୍ଥିକ କାର୍ଯ୍ୟକର୍ତ୍ତାଙ୍କ କବ୍ଜାକୁ ଖୋର ନିନ୍ଦା କରିଥିଲେ । ଶିକ୍ଷା ହେଉଛି ମାନବ ଜୀବନର ମୁଖ୍ୟ ଆଧାର, ଶିକ୍ଷା ଯୋଗୁଁ ବ୍ୟକ୍ତି ସମାଜ ଓ ଉନ୍ନତ ରାଷ୍ଟ୍ର ଗଠନ ହୋଇପାରିବ ହେଲେ କେନ୍ଦ୍ର ସରକାର ଘରୋଇ ସଂସ୍ଥାନକୁ ପ୍ରାଧାନ୍ୟ ଦେଇ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ଧିରେ ଧିରେ ଦୁର୍ବଳ କରିବାରେ ଲାଗିଛନ୍ତି । ଏହି ବିଷୟକୁ ନେଇ ବକ୍ତାମାନେ ବିଶେଷ ଆଲୋଚନା କରିଥିଲେ । ନିଟ୍ ପେପର ଲିକ୍ ଯୋଗୁଁ ୨୨ ଜଣ ଛାତ୍ରଛାତ୍ରୀଙ୍କ ପରିବାର ବର୍ଗଙ୍କୁ ୧ କୋଟି ଟଙ୍କା ଲେଖାଏଁ ଦିଆଯିବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଉପରେ ସ୍ୱର ଉତ୍ତୋଳନ ହୋଇଥିଲା । ଜିଲ୍ଲା ଅଭିଭାବକ ସଂଘ ସଭାପତି ସୀତାରାମ କୁମ୍ଭାରଙ୍କ ସଂଯୋଜନାରେ ପ୍ରଦେଶୀ ବିଶ୍ୱାଳ, ଅର୍ଜୁନ ମୁଗ୍ରୀ, ବୁଲୁ ଦାନୀ, ଅଙ୍କିତ ସାହୁ, ବିରେନ୍ଦ୍ର ରାଏ, ଭୁବନ ନାଗ, ମନରଂଜନ ସାହୁ, ମନୀଷ ସୁନା, ଅଶୋକ ହରପାଲ, ବିରେନ୍ଦ୍ର ବାଗ, ଡିଙ୍ଗର କୁମ୍ଭାର, ମିଟୁଆ ମହାନ୍ତି, ହେମନ୍ତ ପଣ୍ଡା, କିଶୋରୀ ସୁନା, କୌଶଲ୍ୟା କୁମ୍ଭାର, ସରୋଜ ମେଶ୍ୱା, ବାସୁଦେବ ମୁଗ୍ରୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସହରର ଅନେକ ସ୍ୱେଚ୍ଛାସେବୀ ସଂଗଠନ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜ ମତ ରଖିଥିଲେ । ଶେଷରେ ଜ୍ୟୋତିଷ ମୁଗ୍ରୀ ସଭାସାଙ୍ଗ କରିଥିଲେ ।