ଟିଟିଲାଗଡ ଓମ୍‌ ଭ୍ୟାଲି ସ୍କୁଲରେ ଇନଭେଷ୍ଟିଚର୍ ସମାରୋହ ୨୦୨୬–୨୭ ଆୟୋଜିତ

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଗୋଟିଏ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଓମ୍‌ ଭ୍ୟାଲି ସ୍କୁଲ ପରିଚିତ । ତେବେ ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଯୁବ ନେତୃତ୍ୱଙ୍କୁ ଦାୟିତ୍ୱ ପ୍ରଦାନ କରିବା ସହ ସେମାନଙ୍କୁ ନେତୃତ୍ୱ, ସତ୍ୟନିଷ୍ଠା, ସେବା ଏବଂ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତାକୁ ଉତ୍ସବମୁଖର ପରିବେଶରେ ପାଳନ କରିବା ପାଇଁ ଇନଭେଷ୍ଟିଚର୍ ସମାରୋହ ଶନିବାର ସକାଳେ ସ୍ଥାନୀୟ ଚାହାରଭଟା ବଡ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଇଓଏଫ୍‌ଏସ୍ ମୁଖ୍ୟ ମହାପ୍ରବନ୍ଧକ ଅର୍ଡନାନ୍ସ ଫ୍ୟାକ୍ଟରୀ, ବଡମାଲର ବିଭୂତି ଭୂଷଣ ପଟେଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବ୍ୟାଙ୍କ ପ୍ରବନ୍ଧକ ତଥା ଟିଟିଲାଗଡର ପ୍ରସିଦ୍ଧ ଫୁଟବଲ ଖେଳାଳୀ ମଧୁସୂଦନ ମହାଲିଙ୍ଗ ଯୋଗ ଦେଇଥିଲେ । ପ୍ରଥମେ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ସଭାସ୍ଥଳକୁ ପାଛୋଟି ନେଇଥିଲେ । ପ୍ରଭୁ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପ ମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ପ୍ରମୋଦ କୁମାର ସାହୁ, ଶୋଭାଗିନୀ ପୃଷ୍ଟି । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ଗ୍ରୁପ ହେଡ, ସ୍କୁଲ କ୍ୟାପଟେନ୍, ହେଡ ବଏ, ହେଡ ଗର୍ଲ, ସ୍ପୋର୍ଟସ ସେକ୍ରେଟାରୀ, କଲ୍ଚରାଲ ସେକ୍ରେଟାରୀ, ହାଉସ କ୍ୟାପଟେନ୍, ପ୍ରିଫେକ୍ଟ ଅଫ୍ ଫୋର୍ ହାଉସେସ୍ ମାନଙ୍କୁ ବ୍ୟାଚ୍‌ ଓ ସେସେ ପ୍ରଦାନ କରିବା ପରେ ସ୍କୁଲ ଅଧ୍ୟକ୍ଷ ଏମ୍‌ ନାଗା ମାଲେଶ୍ୱର୍ ରାଓଙ୍କ ଦ୍ୱାରା ଶପଥ ପାଠ କରାଇଥିଲେ । ଯାହାକି ଏହି ସମାରୋହକୁ ଗୌରବାନ୍ୱିତ କରିବା ସହ ଯୁବ ନେତୃବୃନ୍ଦଙ୍କୁ ପ୍ରେରଣା ଯୋଗାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ବୋର୍ଡ ଅଫ୍ ଡାଇରେକ୍ଟର ଚାଟାର୍ଡ ଆକାଉଣ୍ଟାଣ୍ଟ ରାକେଶ ଜୈନ, ଡ. ମୋହନ ଜୈନ, ବଡ଼ମାଳ ଗୋଳାବାରୁଦ କାରଖାନାର ରବୀନ୍ଦ୍ର କୁମାର ମିଶ୍ର, ପ୍ରେମାନନ୍ଦ ମହାନନ୍ଦ, ବିଶ୍ୱମ୍ବର ତ୍ରିପାଠୀ, ଶିବରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲ ଅଧ୍ୟକ୍ଷ ଏମ୍‌ ନାଗାମାଲେଶ୍ୱର ରାଓ, ଚିଫ ଏଡ୍‌ ଭାଇଜର ଡ. ରୋବିନ ଚନ୍ଦ୍ର ପରମାଣିକ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.