pakka

ମୋଟର ଚାଳକଙ୍କ ସାମଜିକ ସୁରକ୍ଷା ନେଇ ଦାବୀ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମୋଟର ଚାଳକ ସଂଘର ଡେଲାଙ୍ଗ ଶାଖା ପକ୍ଷରୁ ମୋଟର ଚାଳକଙ୍କ ସାମାଜିକ ସୁରକ୍ଷା ପାଇଁ ବାବା ବଣୀବକ୍ରେଶ୍ୱେର ପୀଠସ୍ଥଳୀ କୁଆପଦା ଠାରେ ସ୍ଥାନୀୟ ସଭାପତି ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉପଦେଷ୍ଟା ବ୍ରଜକିଶୋର ସାହୁ ମଂଚ ସଂଯୋଜନା କରିଥିବା ବେଳେ ଭାସ୍କର ବଳିଆରସିଂହ ଅତିଥି ପରିଚୟ ଓ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏଥିରେ ଯୁବ ସମାଜସେବୀ ତଥା ଆଇନଜୀବୀ ଶଶି ଶେଖର ରାୟ ମୁଖ୍ୟଅତିଥି ରୁପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମାଜୀକ କର୍ମୀ ଅମରଜିତ୍‌ ସେନାପତି, ରାଜ୍ୟ ସଂଘର ସାଧାରଣ ସମ୍ପ।ଦକ ପ୍ରଭାକର ମଲ୍ଲିକ, ସଂଗଠନ ସଂପାଦକ ସନ୍ତୋଷ କୁମାର ମଙ୍ଗରାଜ, ପୁରୀ ଜିଲ୍ଲା ସଂଘର ସଭାପତି ରାମଚନ୍ଦ୍ର ସାହୁ, ରାଉରକେଲା ସଂଘର ପରିକ୍ଷିତ ମହାରଣା ପ୍ରମୁଖ ଯୋଗଦେଇ ଓଡିଶାରେ କାର୍ଯ୍ୟରତ ମୋଟର ଚାଳକଙ୍କ ସାମାଜିକ ସୁରକ୍ଷ, ସଡକ ସୁରକ୍ଷା ଓ ନିରାପତ୍ତା, ନିଶାମୁକ୍ତ ମୋଟରଯାନ ଚାଳନା, ବରିଷ୍ଟ ଚାଳକଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା, ରକ୍ତଦାନ ଶିବିର ଏବଂ ମୋଟର ଚାଳକ ଦିବସ(ଡ୍ରାଇଭରସ୍‌ ଡେ) ପାଳନ ଆଦି ସର୍ମ୍ପକରେ ଆଲୋଚନା କରାଯାଇଥିଲା । ମୋଟର ଚାଳକଙ୍କ ସାମାଜିକ ସୁରକ୍ଷା ପାଇଁ ପାଣ୍ଠି ଗଠନ ସହ ଡିଜେଲ, ପେଟ୍ରୋଲ ମୋଟର ଯାନ ବିକ୍ରିର ୧ ପ୍ରତିଶତ ବା ବିଚାର ଯୋଗ୍ୟ ଅଂଶ ସଂଗ୍ରହ କରାଯାଇ ଏହି ପାଣ୍ଠି ବୃଦ୍ଧି କରିବାକୁ ସରକାର ତୁରନ୍ତ ନିଷ୍ପତି ନେବାକୁ ଦାବୀ କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଶତାଧିକ ମୋଟର ଚାଳକ ଅଂଶ ଗ୍ରହଣ କରିଥିଲେ । ସୁକାନ୍ତ ପ୍ରଧାନ, ଦିପ୍ତିରଜଂନ ମହାପାତ୍ର, ଧରଣୀଧର ବାରିକ ଓ ଜଗମୋହନ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଦୈତାରି ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

thirteen − nine =