csstore

ପର୍ଲିମାଲରେ ସର୍ବ ଭାରତୀୟ ବିଝାଂଲ ସମାଜର ସାମାଜିକ ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ପର୍ଲିମାଲ ଗ୍ରାମ ହାଇସ୍କୁଲ ଠାରେ ସର୍ବଭାରତୀୟ ବିଂଝାଲ ସମାଜର ଏକ ସାମାଜିକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ସାମାଜିକ ଏକତା ହୋଇ ସାମାଜିକ କାମର ଆଗ୍ରହ ହେବା, ସଚେତନ ହୋଇ କାମ କରିବା, ଶିକ୍ଷା, ସ୍ୱାସ୍ଥ, ନିଶା, ଅର୍ଥନୈତିକ, ସାମାଜିକ ନିୟମାବଳୀ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ସହସଂପାଦକ ଦୁର୍ୟ୍ୟୋଧନ ବରିହା, ବଲାଙ୍ଗିର ବ୍ଳକ ସଭାପତି କୁଶ ବରିହା, ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀ, ଖପ୍ରାଖୋଲ ବ୍ଳକ ଚନ୍ଦ୍ରଶେଖର ବରିହା, ଜିଲ୍ଲା ମିଡିଆ ସଂଯୋଜକ ଗୋରେଖନାଥ ବରିହା, ବେଲପଡା ବ୍ଳକ ସଂପାଦକ ଛବିଲାଲ ବରିହା, ବାଗଦୋର ପଞ୍ଚାୟତ ସଭାପତି ଚିତୃବରିହା, ଲଲିତ ମାଝୀ, ମହନବରିହା, କଲାକାହ୍ନୁ ବରିହା ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ କଟକଣା ନିୟମ ଅନୁସାରେ ସଭା ଅନୁଷ୍ଠିତ ହେଇଥିଲା । ଜିଲ୍ଲାର ବିଭିନ୍ନ ସ୍ତରର କର୍ମକର୍ତ୍ତା ସଦସ୍ୟଙ୍କ ସମେତ ଶତାଧିକ ସମାଜର ମହିଳା ପୁରୁଷ ଯୋଗଦେଇଥିଲେ । ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.