ଯଶୋବନ୍ତଙ୍କ ଟ୍ୱିଟ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୩ ଅସହାୟ ଶିଶୁ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଗାଁର ନରେଶ ହଂସ ଓ ତାଙ୍କ ସ୍ତ୍ରୀ ନମିତା ହଂସ ରାତ୍ରୀ ଭୋଜନ ପାଇଁ ବସିଥିବା ବେଳେ ହଠାତ ଏକ ବଳେରୋ ଭାରସାମ୍ୟ ହରାଇ ମାଡିଗଲା ଘର ଭିତରକୁ । କେହି କିଛି ବୁଝିବା ଆଗରୁ ନମିତାଙ୍କ ଜୀବନ ଚାଲିଗଲା । ଗୁରୁତର ଅବସ୍ଥାରେ ନରେଶଙ୍କୁ ଡାକ୍ତର ଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କର ଗୋଡ ହରେଇ ବସିଲେ ନରେଶ । ଦୁର୍ଘଟଣାରେ ମାଁ ଚାଲିଗଲା ଓ ପିତା ସବୁଦିନ ପାଇଁ ଗୋଡ ହରେଇ ବସିଲେ । ତାଙ୍କୁ କୌଣସି ଲୋକ ସହଯୋଗ କଲେ ନାହିଁ । ନିଜର ସଂଚିତ ଅର୍ଥ ୫୦ହଜାର ଟଙ୍କାକୁ ନେଇ ତାଙ୍କର ଚିକିତ୍ସା କଲେ । କିନ୍ତୁ ବର୍ତ୍ତମାନ ତିନି ଶିଶୁ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ସେମାନଙ୍କୁ ଆହା ପଦେ କହିବାକୁ ପାଖରେ କେହି ନାହାନ୍ତି । ଘରର ସମସ୍ତ ଦାୟିତ୍ୱ କାଜଲ (୧୩) ଉପରେ ପରିବାର ପଡିଛି । ଯେଉଁ ବୟସରେ ସେ ସ୍କୁଲ ଯିବା କଥା, ବହି ଧରିବା କଥା ସେହି ବୟସରେ ସେ ଘର ସମ୍ଭାଳୁଛି । ଏପଟେ ୩ ସନ୍ତାନଙ୍କ ଭବିଷ୍ୟତ ନେଇ ନରେଶ ଚିନ୍ତିତ ଥିବା କଥା ବିଭିନ୍ନ ଗଣମାଧ୍ୟମରେ କିଛିଦିନ ତଳେ ପ୍ରକାଶିତ ହୋଇଥିଲା । ଏହି ଖବରକୁ ପଢି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ନୂଆପଡା ଜିଲ୍ଲାପାଳ, ପଞ୍ଚାୟତୀରାଜ ବିଭାଗ, ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ, ଖଡ଼ିଆଳ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରି ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏହି ପରିବାରକୁ ଖୁବ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଖୁବ ଶୀଘ୍ର ନରେଶଙ୍କୁ ଏକ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେଇ ଭତ୍ତା ଓ ଅନ୍ୟନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ । ସେହିପରି ତାଙ୍କର ୩ ପୁଅ ଝିଅଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାହୋଇଛି । ମାସିକ ୧୫ସହ ଟଙ୍କା ମିଳିବ ବୋଲି ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି ନୂଆପଡା ଜିଲ୍ଲାପାଳ । ସମାଜସେବୀଙ୍କ ଏପରି ସହଯୋଗକୁ ବୁଦ୍ଧିଜୀବୀ ମହଲରେ ବେଶ୍‌ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

5 × four =