pakka

ଜିଲ୍ଲା ସ୍ତରୀୟ ଶିକ୍ଷା ସମନ୍ୱୟ କର୍ମଶାଳା ଅନୁଷ୍ଠିତ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ୍ ବରଗଡ଼ରେ ଇତି ମଧ୍ୟରେ ଜିଲ୍ଲାର ସମସ୍ତ ଶିକ୍ଷାଧିକାରୀ ମାନଙ୍କର ଏକ ଦିବସୀୟ ଶିକ୍ଷା ସମନ୍ୱୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଡିଇଓ ମିତ୍ରଭାନୁ କଛପ, ଏଡିଇଓ ଜ୍ୟୋତିକାନ୍ତ ସାହୁ ଓ ରାଧାକାନ୍ତ ଛତ୍ରୀ, ସମସ୍ତ ବିଇଓ ଓ ଏବିଇଓ ବୃନ୍ଦ, ଡାଏଟର ସମସ୍ତ ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଯୋଗଦାନ କରିଥିଲେ । ଟି.ଇ ରମେଶ ଚନ୍ଦ୍ର ସାହୁ ସ୍ୱାଗତ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ସିନିଅର ଟି.ଇ ସରୋଜ ଛତ୍ରିଆ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଡ. ବବିତା ସାହୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଟି.ଇ ଗଗନ ବେହେରା, ଜନକ ସେଠ୍, ମଜୁଷା ଦୋରା, ସୀମା ସାହୁ, ସସ୍ମିତା ସାହୁ, ରିମାରାଣୀ ଭୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

three − two =