csstore

ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ କୋଭିଡ଼ ସଚେତନତା ରଥ ଗଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ପର୍ଯ୍ୟବେକ୍ଷଣର ଶେଷ ମାସରେ ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ରଥ ଗଡିଲା । ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ଼ ସଚେତନତା ରଥକୁ ଡ଼. ଅନିତା ମିଶ୍ର ମହିଳା ସ୍ୱାସ୍ଥ୍ୟ କର୍ମୀ ପଦ୍ମିନୀ ପଣ୍ଡା, ସୁଭଦ୍ରା ମହନ୍ତ, ସରପଞ୍ଚ ଶ୍ରୀମତୀ ହିମାଦ୍ରି ପୁଟା, ଗ୍ରାମ୍ୟ କମିଟି ସଭାପତି ଧନ ସିଂ ପଟେଲ ଅଙ୍ଗନୱାଡ଼ି ମାଳତୀ ମହାନନ୍ଦ, ମାଳତୀ ଭୋଇ, ହାରାବତୀ ଡନସେନା, ଆଶା ଆହ୍ଲାଦିନୀ ପ୍ରଧାନ । ତା’ପରେ ରଥ ଜାମସେଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଂଚି ଥିଲା । ଡ. ପ୍ରଦୀପ କୁମାର ସାହୁ, ମହିଳା ସ୍ଵାସ୍ଥ୍ୟ କର୍ମୀ ଉଷାବତୀ ଲୁହାର, ନିର୍ସିଂ ଅଫିସର ଲିଲିମା ଗଇଁତା, ଜାମସେଠ ସରପଞ୍ଚ ଶ୍ରୀମତୀ ରମ୍ଭା ତାଣ୍ଡି, ସମିତି ସଭ୍ୟା ଶ୍ରୀମତୀ ସୁମିତ୍ରା ଭୋଇ, ନାଏବ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ, ସ୍ଵେଚ୍ଛାସେବୀ ଶରତ ତାଣ୍ଡି, ଅଙ୍ଗନୱାଡ଼ି କର୍ମୀ କୁନ୍ତୀ ବାଗ, ରୀତା ମଞ୍ଜୁରୀ ପ୍ରଧାନ, ୱାର୍ଡ଼ ମେମ୍ବର ରତ୍ନାବତୀ ମାଝୀ ସ୍ଵାଗତ କରିଥିଲେ । ଗାଁର ସବୁଆଡ଼େ ମ୍ୟାକିଂ ଓ ଲିପ୍‌ଲେଟ୍ ବଣ୍ଟନ କରି ଶୋଭାଯାତ୍ରା କରାଯାଇଥିଲା । ସାମାଜିକ ଦୂରତା, ମାକ୍ସ ବ୍ୟବହାର, କୋଭିଡ଼ ଟେଷ୍ଟ ଓ ଟୀକା ନେବା, ସରକାରଙ୍କ ଗାଇଡ୍ ଲାଇନ୍, ମ୍ୟାଲେରିଆ ଜ୍ଵର, ଯକ୍ଷ୍ମା ଓ ଅଣସଂକ୍ରାମକ ରୋଗ – ହାଇ ବ୍ଲଡ୍ ସୁଗର, କ୍ୟାନସର ଉପରେ ଡାକ ବାଜି ଯନ୍ତ୍ର ଓ ଗୀତ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ରଥ ତିନି ମାସିଆ କାର୍ଯ୍ୟକ୍ରମ ଏହି ମାସ ସମସ୍ତ ଗାଁ କଲ୍ୟାଣ ସମିତିକୁ ବୁଲିବ । ତୁଷ କୁମାର ଚନ୍ଦ୍ରକାର ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଝାରବନ୍ଧ, ସମସ୍ତ ସ୍ଵାସ୍ଥ୍ୟ ପରିଦର୍ଶକ, ପରିଦର୍ଶିକା, ସ୍ଵାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡ଼ି ଓ ସମସ୍ତ ଗାଁ କଲ୍ୟାଣ ସମିତିର ସହଯୋଗରେ ହେଉଛି ବୋଲି ଭାରତ ସରକାରଙ୍କ ଦ୍ଵାରା ପଞ୍ଜିକୃତ ନୀତି ଦର୍ପଣ ପୋର୍ଟାଲ ଉପାୟ ଅନୁଷ୍ଠାନର ସମ୍ପାଦକ ତଥା ନିର୍ଦ୍ଦେଶକ ଲଲିତ ଜଗତ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.