ପାଟଣାଗଡ଼ରେ ଗର୍ଜିଲା ଦଳିତ ସମାଜ

  • କେଉଁଟ, କୈବର୍ତ୍ତ ଓ ଧୀବର ଜାତିକୁ ତହସିଲ ଭୁକ୍ତ ଜାତି ତାଲିକାରୁ ବାଦ ଦେବାକୁ ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଳିତ, କୃଷକନେତା, ବରିଷ୍ଠ ସମାଜସେବୀ ତଥା ଉପଖଣ୍ଡସ୍ତରୀୟ ଲକ୍ଷେ ଘର ଗଣ୍ଡାସମାଜର ସଭାପତି ଓ କେକେଡି ହଟାଅ କମିଟିର ଉପସଭାପତି ଡିକ୍‌ସନ ନନ୍ଦଙ୍କ ନେତୃତ୍ୱରେ ଆଜି ହଜାର ହଜାର ଦଳିତ ନାଗରିକ ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ଗର୍ଜନ କରିଛନ୍ତି । ଅନୁସୂଚୀତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବର ଜାତିକୁ ବାଦ ଦେବା ପାଇଁ ଦୀର୍ଘ ଦିନ ହେଲା ସେମାନେ ଦାବି କରିଆସୁଛନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ ସେମାନଙ୍କ ନାମ ଅନୁସୂଚୀତ ଜାତି ତାଲିକାରୁ ବାଦ୍‌ ଦିଆ ଯାଇ ନଥିବାରୁ ପଶ୍ଚିମ ଓଡିଶାର ୯୨ ଦଳିତ ଅସ୍ପୃଶ୍ୟଜାତିର ହଜାର ହଜାର ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେବଳ ପାଟଣାଗଡ ନୁହେଁ, ସମଗ୍ର ପଶ୍ଚିମ ଓଡିଶାର ଦଳିତ ସଂଗଠନର କର୍ମକର୍ତ୍ତାମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କେହିବି ଅଛୁଆଁ କିମ୍ବା ଅସ୍ପୁଶ୍ୟ ନୁହଁନ୍ତି । ଆଜି ବି ସେମାନେ ସ୍ୱଚ୍ଛଳ ଏବଂ ବିଭିନ୍ନ ମନ୍ଦିରରେ ପୂଜକ ଭାବେ କାମ କରୁଛନ୍ତି । କେହି କେହି ମୁଢିଭାଜି ନିଜର ଜୀବିକା ନିର୍ବାହ କରୁଛନ୍ତି । ତେଣୁ ସେମାନଙ୍କୁ କାହିଁକି ଅନୁସୂଚୀତ ଜାତି ତାଲିକା ଭୁକ୍ତ କରାଯାଇଛି ବୋଲି ସଂଗଠନ ପକ୍ଷରୁ ପ୍ରଶ୍ନ କରାଯାଇଛି । ସମ୍ବିଧାନ ପ୍ରଣେତା ଡକ୍ଟର ଭୀମ ରାଓ ଆମ୍ବେଦକର କରିଥିବା ସମ୍ବିଧାନକୁ ଭଲ ଭାବେ ତର୍ଜମା କରି ତାର ପ୍ରକୃତ ଭାବାର୍ଥ ବୁଝିବା ଦରକାର ଏବଂ ସେହି ଅନୁସାରେ ତାଲିକା ପ୍ରସ୍ତୁତ କରିବା ଦରକାର ବୋଲି ଦଳିତ ମହାସଂଘ ପକ୍ଷରୁ କୁହାଯାଇଛି । ଆଜି ସମଗ୍ର ପଶ୍ଚିମ ଓଡିଶାର ହଜାର ହଜାର ଦଳିତ ମହିଳା ଓ ପୁରୁଷ, ଡିକ୍‌ସନ ନନ୍ଦଙ୍କ ନେତୃତ୍ୱରେ ପାଟଣାଗଡ ସହର ପରିକ୍ରମା କରିଥିଲା । ଏହା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଜାତୀୟ ଅନୁସୂଚୀତ ଜାତି ତାଲିକାରେ ଥିବା କେଉଁଟ, କୈବର୍ତ୍ତ ଓ ଧୀବରମାନଙ୍କୁ ବାଦ ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ପାଟଣାଗଡ ଉପଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ତେବେ ପୂର୍ବରୁ ସେମାନଙ୍କ ଦାବିକୁ ରାଜ୍ୟ ସରକାର ୨୦୧୬ରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦେଇଛନ୍ତି । କେନ୍ଦ୍ର ନିକଟରୁ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି । ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ନେତାମାନେ । ନିର୍ବାଚନ ଅବ୍ୟବହିତ ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର ଅନୁସୂଚୀତ ଜାତି ତାଲିକାରୁ କେକେଡିକୁ ବାଦ ଦେବାକୁ ସଂଗଠନର ସଂପାଦକ ଜୟନ୍ତ କୁମ୍ଭାର ଦାବି କରିଛନ୍ତି । ନ ହେଲେ ଆଗାମୀ ଦିନରେ ପଶ୍ଚିମ ଓଡିଶାର ହଜାର ହଜାର ଦଳିତ ପରିବାର ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶା କେକେଡି ଆକ୍ସନ କମିଟିର କନଭେନ୍‌ର ଡିଙ୍ଗର କୁମ୍ଭାରଙ୍କ ସମେତ ଦ୍ରୋଣ କୁମ୍ଭାର-ସଭାପତି, ବଲାଙ୍ଗିର ଜିଲ୍ଲା କେକେଡି ହଟାଅ, ଲକ୍ଷ୍ମଣ ବରାସାଗର-ସୋନପୁର ଜିଲ୍ଲା ସଭାପତି, କେକେଡି ହଟାଅ ଗରିବ ବାଗ- ସୋନପୁର ଜିଲ୍ଲା ଉପସଭାପତି, କେକେଡି ହଟାଅ, ସୁଧାଂଶୁ ଡାଙ୍ଗ-ସଭାପତି ବୌଦ୍ଧ ଜିଲ୍ଲା କେକେଡି ହଟାଅ, ଧନେଶ୍ୟାମ ନାଗ, ମଣି କୁମ୍ଭାର, ମନୋରଂଜନ ବାରିକ, ଭକ୍ତବାଗ, ଭକ୍ତ ନାଗ, ରସେନ୍ଦ୍ର କୁମ୍ଭାର, ପ୍ରଦୀପ କୁମ୍ଭାର, ଲଛବାଗ, ପଙ୍କଜ ଭୋଇ, ବନମାଳୀ କୁମ୍ଭାର, ପୂର୍ଣ୍ଣଚନ୍ଦ୍ର କୁମ୍ଭାର, ଗନ୍ଧର୍ବ ସୁନା, ବସନ୍ତ ଗଣ୍ଡି, ପିତାମ୍ବର ବାଗ, ରାଜେନ୍ଦ୍ର ନାଗ, ପୁନିତ ସୁନା, ଲବସୁନା, କ୍ଷେତ୍ର ଲୁହା, ବରଗଡ଼, ବାସୁଦେବ ମୁଗ୍ରୀ, ରମେଶ ନାଗ ପ୍ରମୁଖ ନେତାମାନେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.

13 + ten =