ବୈଦିପାଲି ଗାଁରେ ଦୁଇ ଜଣ ଦୁର୍ବୃତ୍ତ ଆସି ଗୁଳି ମାଡ଼ କରିଥିବା ନେଇ ଥାନାରେ ଅଭିଯୋଗ କଲେ ସମାଜସେବୀ ସନ୍ତୋଷ ସାହୁ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବୈଦିପାଲି ଗାଁରେ ଦୁଇ ଜଣ ଦୁର୍ବୃତ୍ତ ଆସି ଗୁଳି ମାଡ଼ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବୈଦିପାଲି ଅଚଂଳର ସମାଜସେବୀ ସନ୍ତୋଷ ସାହୁ । ଅଭିଯୋଗ ଅନୁଯାୟୀ ସମାଜସେବୀ ଶ୍ରୀ ସାହୁ ଗତକାଲି ରାତିରେ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ୫୫ ମି.ସମୟରେ ଦୁଇ ଜଣ ଦୁର୍ବୃତ୍ତ ମୁହଁ ଢାଙ୍କି ହୋଇ ତାଙ୍କ ଘରକୁ ଆସି ତାଙ୍କ ନାଁ ଧରି କାବଟ ବାଡେ଼ଇ ତାଙ୍କୁ ଡାକିଥିଲେ । ସେ ଯେତେବେଳ କବାଟ ଖୋଲି ବାହାରକୁ ଆସିଥିଲେ ତାଙ୍କୁ ଗୁଳି କରି ମାରିବା ପାଇଁ ଦୁଇ ଜଣ ଦୁର୍ବୃତ୍ତ ଉଦ୍ୟମ କରିଥିଲେ ହେଁ ସମାଜସେବୀ ଶ୍ରୀ ସାହୁ ବଂଚି ଯାଇଥିଲେ ।

Leave A Reply

Your email address will not be published.

five × five =