ଯୁବ କୁଲୁତା ସମାଜ ତରଫରୁ ଓଆର୍‌ଏସ୍ ଓ ଥଣ୍ଡା ପାଣି ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଓଆର୍‌ଏସ୍ ଓ ଥଣ୍ଡା ଜଳ ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ସୁପରିଟେଣ୍ଡଣ୍ଟ ମାନସୀ ପଣ୍ଡା ଯୋଗଦାନ ଦେଇ ଉଦ୍‌ଘାଟନ କରିଥିଲେ । ଏଥିରେ ବିବିଏମ୍‌ସିଏଚ୍‌ର ଏଡ୍‌ମେନିଷ୍ଟ୍ରେଟିଭ୍ ଅଫିସର ଜୟଶ୍ରୀ ପଣ୍ଡା, ଜିଲ୍ଲା ଯୁବ କୁଲୁତା ସମାଜ ସଂପାଦକ ଭୁବନେଶ୍ୱର ଭୋଇ, କୋଷାଧ୍ୟକ୍ଷ ଅମିତ ବାରିକ, ଲୋଇସିଂହା ବ୍ଲକ ଉପ-ସଭାପତି ଶଙ୍କର ପ୍ରଧାନ, ଦେଓଗାଁ ବ୍ଲକ ଉପ-ସଭାପତି ଅସୀତ ରଂଜନ ସାହୁ, ପ୍ରଫୁଲ୍ଲ ପ୍ରଧାନ, ମିଲାପ ଗଡତ୍ୟା, ଗଜାନନ ସ୍ୱାଇଁଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ । ହସ୍‌ପିଟାଲ ଆସୁଥିବା ଲୋକେ ପାଣି ଟେପାଏ ନ ପାଇ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଯୁବ କୁଲୁତା ସମାଜର ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

seventeen − two =