jayashree

ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୮୦ ତମ ଗଞ୍ଜାମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ (ଛତ୍ରପୁର) ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୂଚନା କେନ୍ଦ୍ର ଠାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଯାଇଛି । ଗତ ୫ ତାରିଖ ଦିନ ପ୍ରାଥମିକସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦିବ୍ୟଙ୍କା ବେହେରା, ଜ୍ଞାନ ବିକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଗୋବିନ୍ଦପୁର ପ୍ରଥମ, ଓମ୍ ପ୍ରତାପ ନାୟକ, ପବ୍ଲିକ୍ ସ୍କୁଲ, ଛତ୍ରପୁର ଦ୍ୱିତୀୟ ସ୍ଥାନ ଓ ଦିବ୍ୟାଂଶୀ ମହାନ୍ତି, ଦି-ନିୟୁ-ଏଜ୍ ୟୁରୋ ସ୍କୁଲ, (ୟୁରୋକିଡ୍ସ), ସୁଶ୍ରୀଦେବୀ ପଣ୍ଡା, କାର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଏସ୍. ତିଶିକା ରେଡ୍ଡି, କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ପ୍ରଥମ, ଆରିୟନ୍ ଭୋଇ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଛତ୍ରପୁର ଦ୍ୱିତୀୟ, ଆୟୁଷ୍ମାନ ମହାରଣା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରନ୍ୟା ସ୍ୱାଇଁ ପି.ଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରରେ ଜିଆନା ଭଟ୍ଟାଚାର୍ଯ୍ୟ, କାର୍ମେଲ କନଭେଣ୍ଟ ସ୍କୁଲ ପ୍ରଥମ କାଜଲ ପ୍ରଧାନ ପି.ଏମ୍. ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦ୍ୱିତୀୟ, ଏସ୍. ହେମସା ରେଡ୍ଡି, ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ ଓ ଶୁଭଶ୍ରୀ ନାୟକ, ଜ୍ଞାନ ବିକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ, ଗୋବିନ୍ଦପୁର ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୬ ତାରିଖ ଦିନ ଅନୁଷ୍ଠିତ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଜି.ଲିପିକା, ପି.ଏମ୍. ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରଥମ ଆକାଂକ୍ଷା ପାତ୍ର ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଦ୍ୱିତୀୟ ଓ ସାଇ ଶ୍ରଦ୍ଧା ବେହେରା-ଅଷ୍ଟମ ଶ୍ରେଣୀ, ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ, ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଉଚ୍ଚ ବିଦ୍ୟାଳୟ ସ୍ତରରେ ରୁଦ୍ରକାଳୀ ଦାଶ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଛତ୍ରପୁର ପ୍ରଥମ ଗଣେଶ ଦାଶ,ପି.ଏମ୍. ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ଦ୍ୱିତୀୟ ଆକାଂକ୍ଷା ପ୍ରିୟଦର୍ଶନୀ, ଓଡିଶା ଆଦର୍ଶ ବିଦ୍ୟାଳୟ, ଚମାଖଣ୍ଡି ଓ କୋୟଲ ସେଠି, ଜ୍ଞାନ ବିକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ, ଗୋବିନ୍ଦପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଅବନ୍ତିକା ସ୍ୱାଇଁ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରଥମ ରେଶ୍ମା ସ୍ୱାଇଁ ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟ, ଦ୍ୱିତୀୟ, ପବିତ୍ର ମୁଦୁଲୀ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଓ ମାମୁନୀ ନାହାକ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ସାୟାଂଶ ପଟ୍ଟନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟ, ଚମାଖଣ୍ଡି, ପ୍ରଥମ କେ. ଅମ୍ରିକ୍ ପାତ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ, ଚମାଖଣ୍ଡି ଦ୍ୱିତୀୟ ଓ ସି.ଏଚ୍. ଦେବନୀନା, କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ ଶ୍ରୀୟାଶ୍ରୀ ବିଷୋୟୀ, କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ପ୍ରଥମ ଶ୍ରୀୟା ସେଫାଳୀ ଦି ନିୟୁ ଏଜ୍ ୟୁରୋ ସ୍କୁଲ (ୟୁରୋ କିଡ୍ସ) ଓ ସୋନମ୍ ପ୍ରିୟା ପଣ୍ଡା ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ, ଛତ୍ରପୁର ଯୁଗ୍ମଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦେବୀନା ନାୟକ କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ ବସୁନ୍ଧରା ପାଣିଗ୍ରାହୀ ଦି ନିୟୁ ଏଜ୍ ୟୁରୋ ସ୍କୁଲ, (ୟୁରୋକିଡ୍ସ) ପ୍ରଥମ ଏ. ଆଦର୍ଶ ଦୋରା, ଜ୍ଞାନ ବିକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ, ଗୋବିନ୍ଦପୁର ଦ୍ୱିତୀୟ ଓ ବରୁଣ କୁମାର ସାହୁ, ଦି ନିୟୁ ଏଜ୍ ୟୁରୋ ସ୍କୁଲ, (ୟୁରୋକିଡ୍ସ) ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ଶୁଭ୍ରଜିତ୍ ନାୟକ, ପିଏମ୍.ଶ୍ରୀ ଅନସ୍ଲେ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ, ପ୍ରଣତି ବେହେରା ଓ ମାନ୍ୟତା ସାହୁ, ପିଏମ୍.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ, ଦିବ୍ୟାଂଶୁ ହାତୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ଲିପସିତା ପାତ୍ର, ସତ୍ରସାଇ ବିଦ୍ୟା ଭବନ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ବିଦ୍ୟାଳୟସ୍ତରରେ ରୀତୁପର୍ଣ୍ଣା ପ୍ରଧ୍ନ ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପ୍ରଥମ, ଭି. ଅର୍ପିତା, ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ, ନୃସିଂହ ଚରଣ ଦାଶ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ଦିପ୍ତି ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ ଶିଶିର ଗୌଡ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପ୍ରଥମ, ମଧୁସ୍ମିତା ସାହୁ, ଜ୍ଞାନ ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଦ୍ବିତୀୟ, ସୁସ୍ମିତା ସାହୁ ଜ୍ଞାନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆର୍ ଗାୟତ୍ରୀ ରେଡ୍ଡି, ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ କଲେଜ ଓ ସୁତାରୀ ସୋନାଲୀ ରେଡ୍ଡି , ଛତ୍ରପୁର ସ୍ନାତକ ମହିଳା ମହାବିଦ୍ୟାଳୟ ତିନିଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତା ଉଚ୍ଚ ପ୍ରାଥିକ ବିଦ୍ୟାଳୟ ସ୍ତରରେ ସାୟାଂଶ ପଟ୍ଟନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟ, ପ୍ରଥମ ସାଇ ପ୍ରସାଦ ଶତପଥୀ, ଓଡିଶା ଆଦର୍ଶ ବିଦ୍ୟାଳୟ, ଦ୍ୱିତୀୟ ଓ କାର୍ତ୍ତିକ କୁମାର ବେହେରା ୟୁରୋ କିଡ୍ସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ କେ. ନାଭ୍ୟା, ଜ୍ଞାନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରଥମ ଆଦ୍ୟାଂଶ ପଟ୍ଟନାୟକ, କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱିତୀୟ ଓ ବୈଭବ ଅର୍ଣ୍ଣବ ମିଶ୍ର ୟୁରୋ କିଡ୍ସ୍ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସେହିପରି ମହାବିଦ୍ୟାଳୟ ସ୍ତରରେ ବସୁନ୍ଧରା ପାଣିଗ୍ରାହୀ ୟୁରୋ କିଡ୍ସ ପ୍ରଥମ, ଇଣ୍ଡିଆ ଗମାଙ୍ଗୋ, ସେଣ୍ଟ ଜୁଡ୍ସ ଓ ପି. ସାହିଲ୍ କୁମାର ରାଓ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପି. ଶ୍ରଦ୍ଧାଶ୍ରୀ ପାତ୍ର ଜ୍ଞାନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କେ ନିଖି ରେଡ୍ଡି ୟୁରୋ କିଡ୍ସ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୭ ତାରିଖ ଦିନ ଅନୁଷ୍ଠିତ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ପ୍ରାଥମିକ ସ୍ତରରେ ଜେ. କରୁଣା ରେଡ୍ଡି ଜ୍ଞାନ ବିକାଶ ପ୍ରଥମ, ଦେବାଂଶ ପଟ୍ଟନାୟକ, ୟୁରୋ କିଡ୍ସ ଦ୍ୱିତୀୟ, ସମ୍ପୂର୍ଣ୍ଣା ପାଢୀ, ସରସ୍ୱତୀ ଶିଶୁ ମନ୍ଦିର ଓ ଡି. ଦାନିଏଲ୍ କୁମାର, ସେଣ୍ଟ ପଲ୍ସ ସିକୁଲ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଉଚ୍ଚ ପ୍ତାମିକ ସ୍ତରରେ ଅଂଶୁମାନ ଦାଶ, ଓଡିଶା ଅଦର୍ଶ ବିଦ୍ୟାଳୟ ପ୍ରଥମ, ମେରୀ ମିରାକଲ ନାଗ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଓ ସାଇସ୍ମିତା ଚାନ୍ଦ ପୁତି ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ ବିଶ୍ୱଜିତ୍ ମିଶ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରଥମ, ରିତିକ ସରାବ୍ ଜ୍ଞାନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ ଗଣେଶ ଦାଶ, ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ୟୁନିସ୍ ଦାସ, ୟୁରୋ କିଡ୍ସ୍ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମହାବିଦ୍ୟାଳୟ ସ୍ତରରେ ଅମ୍ରିତ୍ ଅଭିଳାଷ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପ୍ରଥମ, ପ୍ରତୀକ୍ଷା ଆଚାର୍ଯ୍ୟ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦ୍ୱିତୀୟ, ରିଙ୍କି ନାୟକ ମହିଳା ମହାବିଦ୍ୟାଳୟ ଓ ନିର୍ବାଣୀ ବିଶ୍ୱାଳ, ୟୁରୋକିଡ୍ସ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Leave A Reply

Your email address will not be published.