ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ତରଫରୁ ରାଉରକେଲା ସ୍ଥିତ ସମନ୍ୱିତ ଆଦିବାସୀ ବିକାଶ ଅନୁଷ୍ଠାନର ସଭାଗୃହ ଠାରେ ଟେଲିକମ ଗ୍ରାହକ ସମାଧାନ ରୂପରେଖା ସ୍ଵଚ୍ଛ ଓ ସୁଗମ ପ୍ରତିକାର ବ୍ୟବସ୍ଥା ମାଧ୍ୟମରେ ଗ୍ରାହକଙ୍କୁ ସଶକ୍ତ କରିବା ନେଇ ଏକ ସଚେତନତା କର୍ମଶାଳାକୁ ଚକରା ବିଶୋଈ ମୁକ୍ତି ସେନା ପ୍ରମୁଖ ପ୍ରକାଶ ଚନ୍ଦ୍ର ପତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମାଜସେବୀ ଶ୍ରଦ୍ଧା ଷଢଙ୍ଗୀ ସଭାପତିତ୍ଵ କରିଥିଲେ । ସରକାର ଯୋଜନାରେ ଡିଜିଟାଲ ସାକ୍ଷରତା ଓ ଇ-ସେବା ସମସ୍ତ ଇଣ୍ଟରନେଟ ସେବା ଉପରେ ଆମେ ନିର୍ଭର କରୁ ବୋଲି ସେ ମତ ରଖିଥିଲେ । ଆଜିକାଲି ସମସ୍ତ ବର୍ଗର ଲୋକେ ମୋବାଇଲ ଓ ଇଣ୍ଟରନେଟ ବ୍ୟବହାରକାରୀ ଯାହା ଜୀବନର ଅପରିହାର୍ଯ୍ୟ ହେବାକୁ ଲାଗିଲାଣି । ପ୍ରତି ମିନିଟରେ ଗ୍ରାହକ ସାଇବାର ଫ୍ରଡ଼ ଶିକାର ହେଉଛି ଯାହା ମାନବ ସମାଜ ପାଇଁ ବୈଷୟିକ ଜ୍ଞାନ ଆର୍ଶୀବାଦ ଥିଲା ବର୍ତମାନ ତାହା ଆମ ପାଇଁ ଅଭିଶାପ ହେଲାଣି । ଅଚିହ୍ନା ଲିଙ୍କ, ଅଜଣା ଆପ୍ସ୍ ,ଅଜଣା ମେସେଜ, ୱିଇଫାଇ, ଇମେଲ, ଫେକ ଅଫସାଇଟ, ଫେସବୁକ, ଇନଷ୍ଟାଗ୍ରାମ ହ୍ୱାଟସ୍ ଆପ୍ସ୍, ସାଇବର ଅପରାଧି ବ୍ୟବହାର ନକରିବା ପାଇଁ ଟ୍ରାଇ ସିଏଜି ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ପିପିଟି ମାଧ୍ୟମରେ ପରାମର୍ଶ ଦେଇଛନ୍ତି । ଓଟିପି ଅଜଣାକୁ ଦେବା ନିଜେ ଅଜଣା ହେବା । ଟ୍ରାଇ ପ୍ରଦତ୍ତ୍ତ ଆପ ଡ଼ିଏ୍ନଡ଼ି, ମାଇସ୍ପିଡ ଆପ୍ପ, ମାଇ କଲ, ମାଇସ୍ପିଡ,ଟ୍ରାଇ ଡ଼ିଏନଡ଼ି ଆପ, ସ୍ଵଦେଶୀ ଆପ୍ପ ଓ ଟ୍ରାଇର ୱେବସାଇଟ ବ୍ୟବହାର କରିବା ପାଇଁ ଶିକ୍ଷାବିତ୍ତ ସୁଦାମ ଡାକୁଆ ସାଧନକର୍ମୀ ଭାବେ ଓ ସମ୍ମାନ ଅତିଥି ଭାବେ ସାଇବାର ସେଲ ଏସାଇ ତ୍ରିଲୋଚନ ସ୍ଵାଇଁ ସଂଚାର ସାଥି, ଚକ୍ଷୁ ଆପ୍, ପ୍ରତିବିମ୍ବ, ହେଲ୍ପ ଲାଇନ ୧୯୩୦, ସାଇବାର କ୍ରାଇମ ଡଟ ଜିଓଭି ଡଟ ଇନ ତାଲିମ ପ୍ରଦାନ କରିଛନ୍ତି । ଇସ୍ପାତ ନଗରୀ ରାଊରକେଲା ଓ ସୁନ୍ଦରଗଡ ଜିଲ୍ଲାରେ ଅଧ୍ୟୁଷିତ, ଦୁର୍ଗମ ଅଞ୍ଚଳର ଗ୍ରାମରେ ପ୍ରାୟ ଟେଲିକୋମ ସେବାର ବିପର୍ଯ୍ୟସ୍ତ ,ନେଟୱର୍କ ଆସୁନି, ବହୁ ଧିମାରେ ଚାଲିବା ଓ ଟେଲିକମ୍ପାନୀ ମାନେ ଜାଣିଶୁଣି ଅଣଦେଖା କରୁଛନ୍ତି ବୋଲି ସଭାରେ ଅଭିବକ୍ତା ମାନେ ମତ ରଖିଥିଲେ । ଟ୍ରାଇ ନିୟମ କଡାକଡି ଥିଲେ ମଧ୍ୟ ଟେଲିକମ କମ୍ପାନୀ ଅଣଦେଖା କରୁଛନ୍ତି, ରାତାରାତି କମ୍ପାନୀମାନେ ରିଚାର୍ଜ ପ୍ଳାନ ଭଡା ବଢେଇ ଦେଇଛନ୍ତି, କମ ପଇସା ପ୍ଳାନ ବାହାର ନକରିବା, ୩୦ ଦିନ ବଦଳରେ ୨୮ ଦିନରେ ମାସ ଧାର୍ଯ୍ୟ କରିବା କିନ୍ତୁ ତା ତୁଳନାରେ ସେବା ନଦେବା । ଅଭିଯୋଗ ପ୍ରଣାଳୀକୁ ସରଳ କରିବା, ଅଧିକ ଗ୍ରାହକ କେନ୍ଦ୍ର, ଟୋଲ ଫ୍ରୀ ନମ୍ବର ଓ ଓଡିଆ ଭାଷାରେ ସୁଗମ୍ୟ କରିବା, ଅଧିକରୁ ଅଧିକ ଗ୍ରାମଅଞ୍ଚଳରେ ଗ୍ରାହକ ସଚେତନତା କର୍ମଶଳା କମ୍ପାନୀଗୁଡିକ କରିବା ଉପରେ ସମସ୍ତେ ଦାବୀ କରିଥିଲେ । ଟ୍ରାଇ ନିୟମ ଓ ନିର୍ଦେଶାବଳୀ ଟେଲି କମ୍ପାନୀମାନେ ମାନନ୍ତୁ ଖିଲାପ ହେଲେ ଅର୍ଥ ଦଣ୍ଡ ସହ ସେବା ନିଷେଧାଦଶ ବଳବତ୍ତର ଅଛି ବୋଲି ଟ୍ରାଇ ସିଏଜି ସଭ୍ୟ ଶ୍ରୀ ସାହୁ କହିଥିଲେ । ବିଏସଏନଏଲ,ଏୟାରଟେଲ, ଜିଓ କ୍ଷେତ୍ର ଅଧିକାରୀ ଓ ଶତାଧିକରୁ ଅଧିକ ଅଙ୍ଗନବାଡି, ମହିଳାନେତ୍ରୀ ଓ ଗ୍ରାହକ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଧର ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post