pr

ବଙ୍ଗୋମୁଣ୍ଡାରେ ସାମ୍ବାଦିକ ସଂଘ ଓ ବନ ବିଭାଗ ପକ୍ଷରୁ ୭୬ତମ ମହୋତ୍ସବ ଅନୁଷ୍ଠିତ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଓ ବଙ୍ଗୋମୁଣ୍ଡା ବନ ବିଭାଗ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ରେଞ୍ଜର ପଦ୍ମନାଭ କୁମ୍ଭାର, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ, ବଙ୍ଗୋମୁଣ୍ଡା ଅତିରିକ୍ତ ତହସିଲଦାର ହେମନ୍ତ କୁମ୍ଭାର, କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ସମ୍ପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ପ୍ରକୃତି ବନ୍ଧୁ ଡ଼ଃ ନାରାୟଣ ମିଶ୍ର, ଉପସଭାପତି ଅନିଲ ତ୍ରିପାଠୀ, ଉପଦେଷ୍ଟା ଅଶୋକ ଖମାରୀ, ସଦସ୍ୟ ସୁଶାନ୍ତ ଥନାପତି, ନିତ୍ୟାନନ୍ଦ ପୃସେଠ, ସ୍ୱେଚ୍ଛାସେବୀ ରଞ୍ଜନ ସରାଫ, ହେମନ୍ତ ସାହୁ, ଫରେଷ୍ଟ ଗାର୍ଡ ରିତା ବରିହା, ବଙ୍ଗୋମୁଣ୍ଡା ବନପାଳ ଦିବସ ମାଝୀ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ବିଶ୍ୱ ତାପାୟନ ଆଡକୁ ଗତି କରୁଥିବା ବେଳେ ପାଣିପାଗ ବଦଳିବା ସହ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଜଙ୍ଗଲ କ୍ଷୟ ମାନବ ସମାଜ ତଥା ଜୀବ ଜଗତ ପ୍ରତି ବିପଦକୁ ଏଡାଇବା ପାଇଁ ବ୍ୟାପକ ଭାବରେ ବୃକ୍ଷ ରୋପଣର ଆବଶ୍ୟକତା ରହିଛି । ବୃକ୍ଷ ହିଁ ଜୀବନ, ବୃକ୍ଷ ରୋପଣ ସହ ସୁରକ୍ଷା ପାଇଁ ଏକଜୁଟ ହୋଇ ଚାରା ରୋପଣ କରିବା ପାଇଁ ମତ ପ୍ରକାଶ ପାଇଥିଲା । ସଂଘର ବହୁ ସଦସ୍ୟ ଏଥିରେ ସାମିଲ ହୋଇଥିଲେ । ଏଥିରେ ବନ କର୍ମଚାରୀ ମାନେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.