pakka

ବିରାଟ ବାଇକ୍‌ ରାଲି ସହ ବିଜେଡ଼ିର ଶକ୍ତି ପ୍ରଦର୍ଶନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବାଇକ୍‌ ରାଲିରେ ଆଜି ଅପରାହ୍ନରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିିଳିଛି । ବଲାଙ୍ଗିର କୋଶଲ୍‌ ଛକରୁ ବହାରିଥିବା ଏହି ରାଲିରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ସାମିଲ୍‌ ହୋଇ ସହର ପରିକ୍ରମା କରିଛନ୍ତି । ରାଲିରେ ସାମିଲ୍‌ ହୋଇଥିଲା ସହସ୍ରାଧିକ ବାଇକ୍‌ । ଏହି କାର୍ଯ୍ୟକ୍ରମ ଅବସରରେ ଏକ ବିରାଟ୍‌ ବାଇକ୍‌ ପଟୁଆର ସାରା ସହରକୁ ପରିକ୍ରମା କରିଥିବା ବେଳେ ଏଥିରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା, କାର୍ଯ୍ୟକର୍ତ୍ତମାନେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି । ବିଜେଡ଼ି ବଇକ୍‌ ରାଲିରେ ଏକ ପ୍ରକାର ସାରା ସହର କଂପି ଉଠିଥିଲା ।

Leave A Reply

Your email address will not be published.

five × 5 =