csstore

ରାଜ୍ୟସ୍ତରୀୟ ସାରସ୍ୱତ ସାହିତ୍ୟ ସମାରୋହ

କଟକ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାଲେଶ୍ଵରର ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କୋଶଳ ସାରଥି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସାରସ୍ୱତ ସାହିତ୍ୟ ସମାରୋହ ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅନୁଷ୍ଠାନର ସଭାପତି ଶ୍ରୀ ନାଏକ ପରିବାର ତଥା ବାର୍ଷିକ ଉତ୍ସବର ଆଭିମୁଖ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନଅଟି ପୁସ୍ତକ ସହ ସାହିତ୍ୟିକ କବି ବନ୍ଧୁ ପରିବାରର ଦ୍ଵିତୀୟ ଅର୍ଘ୍ୟ ‘ଶିଖା’ ଲୋକାର୍ପଣ ହୋଇଥିଲା । ମୁଖ୍ୟ ଅତିଥି ଅବସରପ୍ରାପ୍ତ ବିଚାରପତି ଡ଼.କୃଷ୍ଣ ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡ଼. ହୁସେନ ରବି ଗାନ୍ଧୀ, ସମ୍ମାନୀତ ଅତିଥି ବୈଜ୍ଞାନିକ ପ୍ରମୋଦ କୁମାର ପଣ୍ଡା, ଡାକ୍ତର ଦେବାଶିଷ ଜ୍ୟୈଷ୍ଠି, ବରେଣ୍ୟ ବକ୍ତା ଡ଼.ଶ୍ୟାମାପ୍ରସାଦ ମିଶ୍ର, ସମ୍ମାନୀତ ବକ୍ତା ସଂଗ୍ରାମ କେଶରୀ ସାମନ୍ତରାୟ, ବଡ଼ଭାଇ ବିଶ୍ଵେଶ୍ଵର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ସାହିତ୍ୟ ସଂସ୍କୃତିର ମହାକୁମ୍ଭରେ ତିରିଶ ଜିଲ୍ଲାର ଯୁବପ୍ରତିଭାଙ୍କ ସମେତ ଆନ୍ଧ୍ରପ୍ରଦେଶର ଦୀପକ ପାଣିଗ୍ରାହୀଙ୍କୁ ପରିବାର ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ଓ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ରଞ୍ଜନ ମହାନ୍ତି ଓ ଶିବାନନ୍ଦ ବାରିକ ପରିଚାଳନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସାଗର କୁମାର ପରିଡ଼ା ଓ ଦ୍ଵିତୀୟ ପର୍ଯ୍ୟାୟରେ ଅଂଶୁମାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.