pakka

ଡକ୍ଟର ସୁଧାଂଶୁବାଳା ତ୍ରିପାଠୀଙ୍କ କବିତା ସଂକଳନ ‘ପକ୍ଷୀର ପର’ ଲୋକାର୍ପିତ

bbehera
  • କବିତା ମନସ୍କ ଭାବର ସୁନ୍ଦର ଅଭିବ୍ୟକ୍ତି : ପକ୍ଷୀର ପର

ବଲାଙ୍ଗିର, (କେପିଏନ୍‌ଏସ୍‌) : କବିତା ଭିତରେ କବିର ଆତ୍ମିକ ଅନୁଭବ ଅନେକ ସମୟରେ ପାଠକୀୟତାକୁ ଆପ୍ଲୁତ କରେ । ଜୀବନର ଯୁଗଯନ୍ତ୍ରଣାକୁ କବି ଆପଣାର କବିତାରେ ଉତାରି ଦିଏ । ପ୍ରତିଟି ସୃଜନଶୀଳ ସ୍ରଷ୍ଟା ଅତୀତ ସହ ଆଗାମୀ ସମୟକୁ ନେଇ ସାଧନା କରିବା କଥା । ସାଧନାର ସ୍ୱର ପ୍ରକାଶିତ କବୟତ୍ରୀ ଡକ୍ଟର ସୁଧାଂଶୁବାଳା ତ୍ରିପାଠୀଙ୍କ କବିତା ସଂକଳନ ପକ୍ଷୀର ପର କବିତା ସଂକଳନରେ । ଆଜି ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ଲୋକାର୍ପଣ ସମାରୋହରେ ଅଧ୍ୟକ୍ଷତା କରିଥିଲେ ଶିକ୍ଷାବିତ ସନାତନ ଠାକୁର । ଅତିଥି ଭାବେ ଯୋଗ ଦେଇଥିଲେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କବି ଭାଗିରଥି ମିଶ୍ର ଓ କବି ଡାକ୍ତର ମଂଜୁବାଳା ପଣ୍ଡା । କବୟତ୍ରୀ ଡକ୍ଟର ସୁଧାଂଶୁବାଳା ତ୍ରିପାଠୀ ନିଜର ବକ୍ତବ୍ୟରେ ତାଙ୍କ କାବ୍ୟ ମୟ ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ । କବିତା ସଂକଳନରୁ ଦଶଟି କବିତାକୁ ଆବୃତ୍ତି କରିଥିଲେ ରତ୍ନମୟ ତ୍ରିପାଠୀ, ଲିଲି ପଟେଲ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ଜ୍ୟୋତିରଂଜନ ମିଶ୍ର, ସ୍ନେହା ପ୍ରତ୍ୟାଶା ନନ୍ଦ, ଅଧ୍ୟାପକ କୌତୁକ ପନ୍ଦର, ଗଣେଶ ବାରିକ, ଅଧ୍ୟାପକ ଜଗନ୍ନାଥ ସାହୁ, ନବକିଶୋର ବେହେରା ଓ କସ୍ତୁରି ରଥ । କବିତା ଭିତରେ ଅନେକ ସମ୍ଭାବନା ଓ ନୂତନତା ଥିବା ତଥା ସହୃଦୟତା ସହ କବିତାକୁ ଅନୁଭବ କରିବା ଆହ୍ବାନ ଦେଇ କବିତା ସଂକଳନ ସଂପର୍କରେ ସମୀକ୍ଷାତ୍ମକ ଉପସ୍ଥାପନା କରିଥିଲେ କବି ସନ୍ଦୀପ କୁମାର କୁଅଁର । କବିତା ସଂକଳନର ଲୋକାର୍ପଣ ପୂର୍ବରୁ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ ରଂଜିତ ମିଶ୍ର । ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କବି ରାଜୀବ ଲୋଚନ ଆଚାର୍ଯ୍ୟ । ଏହି ଅବସରରେ କବିତା ସଂକଳନର ପ୍ରଚ୍ଛଦ, ଅଳଙ୍କରଣ ଓ ଅନ୍ୟ ସହଯୋଗୀ ଲଲାଟେନ୍ଦୁ ପଟ୍ଟନାୟକ, ବାସୁଦେବ ମେହେରଙ୍କୁ ସମ୍ମାନିତ କରାଯାଇଥିଲା ।

jay balangir
Leave A Reply

Your email address will not be published.

two × two =