jayashree

କୋଶଲି ସାହିତ୍ୟ ଆସର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୋଶଲି ଭାଷା ସୁରକ୍ଷା ସମିତି ଆନୁକୂଲ୍ୟରେ “ଗାଆଁ ଗାଆଁରେ କୋଶଲି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସତୀଘାଟ ଗ୍ରାମରେ ଏକ ନିରାଡମ୍ବର ସାହିତ୍ୟ ସଭା କରାଯାଇ କୋଶଲି ଭାଷାର ପ୍ରତିଷ୍ଠା ପାଇଁ ବକ୍ତାଗଣ ଆହ୍ୱାନ ଦେଇଥିଲେ । କୋଶଲି ଭାଷା ହଜାର ବର୍ଷ ଧରି ଆମ ପୂର୍ବ ପୁରୁଷଙ୍କ ଜୀବନ ଧାରାରେ ବହି ଆସୁଥିବାରୁ ତାହାର ସୁରକ୍ଷା ଓ ସାମ୍ବିଧାନିକ ସ୍ୱୀକୃତି ପାଇଁ ଆମକୁ ଅହରହ ଉଦ୍ୟମ କରିବାକୁ ପଡିବ ବୋଲି ବକ୍ତାଗଣ ଉଦବୋଧନ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ପସାୟତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ସଞ୍ଜୟ କୁମାର ଅଗସ୍ତି ମଞ୍ଚାସୀନ ଥିଲେ । ବରିଷ୍ଠ କବି ଭିକାରୀ ଚରଣ ମିଶ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ କବିତା ଗୁଡିକୁ ନୀଳମଣି ସାହୁ ସମୀକ୍ଷା କରିଥିଲେ । ଏହି କ୍ରମରେ କବି ଜ୍ୟୋତି ପ୍ରକାଶ ଗଡତ୍ୟା, ସୁନୀଲ କୁମାର ଅଗସ୍ତି, ପଞ୍ଚାନନ ତାଣ୍ଡି, ଦୁବ ହରପାଲ, ଲକ୍ଷ୍ମୀଧର ବିଭାର, ଘିନୁ ଆଡ଼ଯୁଆଡ, ଚିତ୍ତରଞ୍ଜନ ଚାନ୍ଦ, ଲକ୍ଷ୍ମୀ ନାରାୟଣ ଛତ୍ରିଆ, ଗଣପତି ମହାନନ୍ଦ ପ୍ରମୁଖ କୋଶଲି କବିତା ପାଠ କରିଥିଲେ ଓ ଅନୁଷ୍ଠାନର ବରିଷ୍ଠ ସଭ୍ୟ ସତ୍ୟବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.