jayashree

ରାଣୀପୁର ଝରିଆଲ ପୀଠରେ ନୂତନ ଜାତୀୟ ପତାକା : ପ୍ରଶାସନିକ ପଦକ୍ଷେପକୁ ସାଧୁବାଦ

​ବଲାଙ୍ଗିର, (କେପିଏନ୍‌ଏସ୍‌) : ଐତିହାସିକ ତଥା ପର୍ଯ୍ୟଟନ କ୍ଷେତ୍ର ରାଣୀପୁର ଝରିଆଲ ସ୍ଥିତ ଯୋଗିନୀ ପୀଠରେ ଦୀର୍ଘ ଦିନ ଧରି ଚିରି ଯାଇଥିବା ଜାତୀୟ ପତାକାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଯୁବ ଆଦିବାସୀ ନେତା ତଥା କୋଶଳ ସଂଗ୍ରାମୀ କେକି ସିଂ ଭୋଇ ଏବଂ ଅନନ୍ତ ବାଗ ପ୍ରଶାସନ ନିକଟରେ ତୁରନ୍ତ ନୂତନ ପତାକା ଲଗାଇବା ପାଇଁ ଦାବି କରିଥିଲେ । ​ସେମାନଙ୍କର ଏହି ଯଥାର୍ଥ ଦାବିକୁ ସମ୍ମାନ ଜଣାଇ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି ଏବଂ ପୀଠରେ ନୂତନ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଜାତୀୟ ପତାକା ପ୍ରତି ଦେଖାଯାଇଥିବା ଏହି ସମ୍ମାନ ଏବଂ ସମସ୍ୟାର ସମାଧାନ କରିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ପକ୍ଷରୁ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.