pakka

ବାପାଙ୍କ ମୃତ୍ୟୁର ୬ ମାସ ପରେ ପୁଅ ମୃତ୍ୟୁ ଅସହାୟ ପରିବାରକୁ ସରକାରୀ ସହାୟତା ଦାବୀ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ବାବେବିର ଗ୍ରାମର ଲମ୍ବୋଦର ଝାକର୍ ଗାଁର ଅଧିଷ୍ଠାତ୍ରୀ ଦେବତା ବୁଢାରାଜାଙ୍କ ପୂଜକ ଥିଲେ । ତିନି ପୁଅ ରୁକମନ୍ ଚୀନ୍ଦା (୨୬), ଝିଅ ଚାନ୍ଦିନୀ ଚୀନ୍ଦା (୧୯), ଜନ୍ମେ ଚୀନ୍ଦା (୧୧), ଜୈବଲି ଚୀନ୍ଦା (୮) ଓ ସ୍ତ୍ରୀ ଟେମରୀ ଚୀନ୍ଦା (୪୦)ଙ୍କୁ ନେଇ ତାଙ୍କ ସଂସାର । ଗତ ବର୍ଷ ଫେବ୍ରୁୟାରି ମାସରେ ଭୁଜମତି ଚୀନ୍ଦା (୨୪)ଙ୍କୁ ରୁକ୍‌ମନ୍‌ ଚୀନ୍ଦା ବିବାହ କରି ଥିଲେ । ଲମ୍ବୋଦର ଚୀନ୍ଦା ଗତ ଦଶହରା ସମୟରେ ହଠାତ ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ । ତାଙ୍କ ମୃତ୍ୟୁର ୬ ମାସ ନପୁରୁଣୁ ବଡ ପୁଅଙ୍କ ମୃତ୍ୟୁପରେ ବର୍ତ୍ତମାନ ପରିବାର ମୁରବିଶୂନ୍ୟ ହୋଇଯାଇଛି । ଏବେ ପରିବାର ଚଳାଇବା ଚିନ୍ତାରେ ମା ଟେମରୀ ଚୀନ୍ଦା ଭାଙ୍ଗି ପଡିଛନ୍ତି । ଏହା ପରିବାର ଅତ୍ୟନ୍ତ ଗରିବ ଲୋକ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.

18 + 16 =