csstore

ଟିଟିଲାଗଡ଼ରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ହନୁମାନ ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତିଙ୍କୁ ଟିଟିଲାଗଡ଼ ସହରବାସୀ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ହାଟପଦା ପଡ଼ା ସଙ୍କଟ ମୋଚନ ହନୁମାନ ମନ୍ଦିର କମିଟି ପକ୍ଷରୁ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ସହ ପଣା ସଂକ୍ରାନ୍ତି ଉପଲକ୍ଷେ ମନ୍ଦିରରେ ପୂଜାର୍ଚ୍ଚନା, ହୋମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତଙ୍କୁ ପଣା, ଅନ୍ନଭୋଗ ବଣ୍ଟନ ସହ ସନ୍ଧ୍ୟାରେ କୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା କୀର୍ତ୍ତନ ଆୟୋଜନ କରାଯାଇଥିଲା । ସେହିପରି ସହରର ଅନ୍ୟ ହନୁମାନ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ନୀଳଚକ୍ର ନଗର ଛକରେ ନୀଳଚକ୍ର ଏସ୍‌ଏଚ୍‌ଜି ଗ୍ରୁପ ଦ୍ୱାରା ସରବତ ବଣ୍ଟନ, ଶାସ୍ତ୍ରୀ ଛକରେ ସମ୍ବଲପୁରୀ ବସ୍ତ୍ରାଳୟ ସମ୍ମୁଖରେ ପଣା ବଣ୍ଟନ, ସଂଧ୍ୟାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ମହିଳାମାନେ ଭକ୍ତଙ୍କୁ ପଣା ବଣ୍ଟନ କରିବାର ଦେଖିବାକୁ ମିଳିଥିଲା । ଦିନତମାମ ଜୟ ହନୁମାନ, ହନୁମାନ ଭଜନ, ହନୁମାନ ଚାଳିଶା ଶୁଣିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.