ଅସହାୟ ଦୀପାଞ୍ଜଳି ଖମାରୀଙ୍କୁ ସହାୟତାର ହାତ ବଢ଼ାଇଲା କନ୍ୟାକିରଣ ଫାଉଣ୍ଡେସନ୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : ଅସହାୟ ଦୀପାଞ୍ଜଳି ଖମାରୀଙ୍କୁ ସହାୟତାର ହାତ ବଢ଼ାଇଛି କନ୍ୟାକିରଣ ଫାଉଣ୍ଡେସନ୍‌ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ଡେବିରିପାଲି ଗ୍ରାମର ଦୀପାଞ୍ଜଳି ଖମାରୀ(୧୬) ୧୦ ବର୍ଷ‌ ଆଗରୁ ନିଜ ବାପାଙ୍କୁ ହରାଇ ବିଧବା ମା’ ସହ ରହୁଥିଲେ । ମା’ ଓ ଝିଅ ଦୁହିଁଙ୍କୁ ଚଳିବାରେ କଷ୍ଟ ହେଉଥିଲା । ଦୀପାଙ୍କ ମା’ ଯକ୍ଷ୍ମାରୋଗରେ ପୀଡିିତ ଥିଲେ ସୁଦ୍ଧା ପେଟ ପାଇଁ କାମ କରି ଚଳୁଥିଲେ । ଅର୍ଥ ଅଭାବରୁ ଠିକ୍‌ରେ ମା’ଙ୍କ ଚିକିତ୍ସା ହୋଇପାରୁ ନ ଥିଲା ଏବଂ ଦୀପା ମଧ୍ୟ ଦଶମ ଶ୍ରେଣୀ ପରେ ପାଠ ଛାଡି ଦେଇଥିଲେ । ଦୀପାଙ୍କ ମା’ଙ୍କ ଦେହ ଦିନକୁ ଦିନ ଆହୁରି ବିଗିଡିବାରେ ଲାଗୁଥିଲା ଏବଂ ଗତ ତା.୧୫/୧୧/୨୨ରିଖ ମଙ୍ଗଳବାର ଦିନ ତାଙ୍କ ମା’ ସୁରେଖା ଖମାରୀଙ୍କ ଦେହାନ୍ତ ହୋଇଯାଇଛି । ପଢିବାର ଯେଉଁ ସ୍ୱପ୍ନ ଥିଲା ତାହା ସ୍ୱପ୍ନରେ ରହିଗଲା । ଏ ଖବର ପାଇ ପାଟଣାଗଡ କନ୍ୟାକିରଣ ଫାଉଣ୍ଡେସନ୍‌ର ସଦସ୍ୟାମାନେ ଦୀପାଙ୍କ ଘରକୁ ପହଞ୍ଚି ତାଙ୍କ ସୁଖ ଦୁଃଖ ବୁଝିଥିଲେ । ତା’ ସହିତ ଦୀପାଙ୍କ ପାଇଁ ବସ୍ତ୍ର ଏବଂ ଯଥାଶକ୍ତି କିଛି ଅର୍ଥ ଦେଇ ସାହାଯ୍ୟର ହାତ ବଢାଇଥିଲେ । କନ୍ୟାକିରଣ ଫାଉଣ୍ଡେସନ୍‌ର ସଭାପତି ସେବିକା ରାଜହଂସ କନ୍ୟାଶ୍ରମରେ ଦୀପାଙ୍କୁ ରଖିବା ପାଇଁ ବ୍ୟବସ୍ଥା କରିଛୁ ବୋଲି କହିଛନ୍ତି ।

Leave A Reply

Your email address will not be published.

four × 2 =